
ଗୁରୁଗ୍ରାମ, ୧୦ ମଇ (ହି.ସ.) : ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ପଞ୍ଜାବ ସରକାରଙ୍କ ମନ୍ତ୍ରୀ ଏବଂ ଲୁଧିଆନା ୱେଷ୍ଟର ବିଧାୟକ ସଂଜୀବ ଅରୋ଼ଡା ଙ୍କୁ ରବିବାର ସକାଳେ ଗୁରୁଗ୍ରାମ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସାତ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ବର୍ତ୍ତମାନ ତାଙ୍କୁ ଗୁରୁଗ୍ରାମର ଏମଜି ରୋଡ୍ସ୍ଥିତ ଇଡି କାର୍ଯ୍ୟାଳୟରେ ପଚରାଉଚରା କରାଯାଉଛି।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଇଡି ଶନିବାର ଚଣ୍ଡୀଗଡ଼ ଏବଂ ଗୁରୁଗ୍ରାମସ୍ଥିତ ସଂଜୀବ ଅରୋରାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା। ପ୍ରାୟ ୧୦ ଘଣ୍ଟା ଧରି ଚାଲିଥିବା ଏହି ଚଢ଼ାଉ ପରେ ସନ୍ଧ୍ୟା ପ୍ରାୟ ୫ଟାରେ ତାଙ୍କୁ ଚଣ୍ଡୀଗଡ଼ରୁ ଗିରଫ କରାଯାଇଥିଲା।
ଇଡି ସୂତ୍ରରୁ ପ୍ରକାଶ, ସଂଜୀବ ଅରୋଡା ଏବଂ ତାଙ୍କ ସହ ସମ୍ପର୍କିତ କମ୍ପାନୀମାନଙ୍କ ବିରୋଧରେ ୧୫୭.୧୨ କୋଟି ଟଙ୍କାର ଜାଲିଆତିପୂର୍ଣ୍ଣ ବିକ୍ରୟ ଏବଂ ଶେଲ କମ୍ପାନୀ ମାଧ୍ୟମରେ ଜାଲ ରପ୍ତାନି ଦେଖାଇବାର ଅଭିଯୋଗ ରହିଛି। ଏହି ଅଭିଯୋଗ ଆଧାରରେ ଇଡି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ