ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସୁରକ୍ଷା ସାମୟିକ ଭାବରେ ବୃଦ୍ଧି
କୋଲକାତା, ୧୧ ମଇ (ହି.ସ.)- ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସୁରକ୍ଷାରେ ଯେପରି କୌଣସି ତ୍ରୁଟି ନହୁଏ ସେଥିପାଇଁ ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ସୂତ୍ର ଅନୁଯାୟୀ, ଆଗାମୀ କିଛି ମାସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦୋହରା ସୁରକ୍ଷା ବ୍ୟବସ୍ଥା ରହିବ। ଏହାର ଅର୍ଥ ହ
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସୁରକ୍ଷା ସାମୟିକ ଭାବରେ ବୃଦ୍ଧି


କୋଲକାତା, ୧୧ ମଇ (ହି.ସ.)- ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସୁରକ୍ଷାରେ ଯେପରି କୌଣସି ତ୍ରୁଟି ନହୁଏ ସେଥିପାଇଁ ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ସୂତ୍ର ଅନୁଯାୟୀ, ଆଗାମୀ କିଛି ମାସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦୋହରା ସୁରକ୍ଷା ବ୍ୟବସ୍ଥା ରହିବ। ଏହାର ଅର୍ଥ ହେଉଛି କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହିତ ରାଜ୍ୟ ପୋଲିସ ନିୟୋଜିତ ହେବ।

ସୁଭେନ୍ଦୁ ଅଧିକାରୀ ଡିସେମ୍ବର ୨୦୨୦ରେ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରଠାରୁ କେନ୍ଦ୍ରୀୟ ସୁରକ୍ଷା ପାଉଛନ୍ତି। ୨୦୨୧ରେ ବିଧାନସଭାରେ ବିରୋଧୀ ଦଳ ନେତା ହେବା ପରେ ମଧ୍ୟ ତାଙ୍କର ସୁରକ୍ଷା ବ୍ୟବସ୍ଥା ଜାରି ରହିଥିଲା। ସେହି ସମୟରେ, ରାଜ୍ୟ ସରକାର ତାଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରିଥିଲେ, କିନ୍ତୁ ସେ ମନା କରିଦେଇଥିଲେ।

ବିରୋଧୀ ଦଳ ନେତା ଥିବା ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ଉପରେ ଆକ୍ରମଣ ଉଦ୍ୟମ ପରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଙ୍କୁ ଜେଡ୍-ବର୍ଗ ସୁରକ୍ଷା ପ୍ରଦାନ କରିବାକୁ ନିଷ୍ପତି ନେଇଥିଲା। ଶନିବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପର୍ଯ୍ୟନ୍ତ ସେ ସିଆରପିଏଫ୍ ସୁରକ୍ଷାରେ ରହିଥିଲେ।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande