ଦେଶରେ ଖରିଫ ବୁଣିବା ଋତୁ ପାଇଁ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ରହିଛି
ନୂଆଦିଲ୍ଲୀ, ୧୧ ମଇ(ହି.ସ.) – କେନ୍ଦ୍ର ସରକାର ସୋମବାର କହିଛନ୍ତି ଯେ ଦେଶରେ ସାରର ପର୍ଯ୍ୟାପ୍ତ ଷ୍ଟକ୍’ ଅଛି। ସରକାର କହିଛନ୍ତି ଯେ ଆଗାମୀ ଖରିଫ ଋତୁରେ ସାରର ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରାଯିବ। ରସାୟନ ଏବଂ ସାର ମନ୍ତ୍ରଣାଳୟର ସାର ବିଭାଗର ଯୁଗ୍ମ ସଚିବ ଅପର୍ଣ୍ଣା ଏସ୍. ଶର୍ମା ନୂଆଦିଲ୍ଲୀର
ଦେଶରେ ଖରିଫ ବୁଣିବା ଋତୁ ପାଇଁ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ରହିଛି


ନୂଆଦିଲ୍ଲୀ, ୧୧ ମଇ(ହି.ସ.) – କେନ୍ଦ୍ର ସରକାର ସୋମବାର କହିଛନ୍ତି ଯେ ଦେଶରେ ସାରର ପର୍ଯ୍ୟାପ୍ତ ଷ୍ଟକ୍’ ଅଛି। ସରକାର କହିଛନ୍ତି ଯେ ଆଗାମୀ ଖରିଫ ଋତୁରେ ସାରର ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରାଯିବ।

ରସାୟନ ଏବଂ ସାର ମନ୍ତ୍ରଣାଳୟର ସାର ବିଭାଗର ଯୁଗ୍ମ ସଚିବ ଅପର୍ଣ୍ଣା ଏସ୍. ଶର୍ମା ନୂଆଦିଲ୍ଲୀରେ ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃମନ୍ତ୍ରିସ୍ତରୀୟ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି। ଅପର୍ଣ୍ଣା ଏସ୍. ଶର୍ମା ସୂଚନା ଦେଇଛନ୍ତି ଯେ ପ୍ରମୁଖ ସାରର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍ଆର୍ପିି) ସ୍ଥିର ରହିଛି। ସେ କହିଥିଲେ ଯେ ଭାରତର ସାର ସୁରକ୍ଷା ସ୍ଥିତି ସନ୍ତୋଷଜନକ ଏବଂ ସୁସଂଗଠିତ।

ସାର ବିଭାଗର ଯୁଗ୍ମ ସଚିବ କହିଛନ୍ତି ଯେ ଖରିଫ ଋତୁ ପାଇଁ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ସାରର ଆବଶ୍ୟକତାକୁ ଆକଳନ କରିଛି, ଯାହା ଆଧାରରେ ବର୍ତମାନର ଷ୍ଟକ୍ ୫୧ ପ୍ରତିଶତରୁ ଅଧିକ। ଏହା ସାଧାରଣ ଆବଶ୍ୟକତା ସ୍ତରଠାରୁ ବହୁତ ଅଧିକ, ଯାହାକୁ ଆମେ ସାଧାରଣତଃ ୩୩ ପ୍ରତିଶତରେ ରଖିଥାଉ। ତେଣୁ ସାର ଭଣ୍ଡାର ସନ୍ତୋଷଜନକ ସ୍ଥିତିରେ ରହିଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande