
ୱାଶିଂଟନ/ତେହେରାନ, ୧୧ ମେ (ହି.ସ.)। ଚଳିତ ବର୍ଷ ଫେବୃଆରୀ ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ହୋର୍ମୁଜ ପ୍ରଣାଳୀକୁ
ନେଇ ଚାଲିଥିବା ବିବାଦ ଆହୁରି ବଢ଼ିବାର ସମ୍ଭାବନା ବୃଦ୍ଧି ପାଇଛି। ଯୁଦ୍ଧ ଟାଳିବା ଏବଂ ବିବାଦ
କମାଇବା ପାଇଁ ହୋଇଥିବା ନୂତନ କୂଟନୈତିକ ପ୍ରୟାସକୁ ଝଟକା ଲାଗିଛି। ଆମେରିକୀୟ ରାଷ୍ଟ୍ରପତି
ଡୋନାଲ୍ଡ ଟ୍ରମ୍ପ ୱାଶିଂଟନର ଶାନ୍ତି
ପ୍ରସ୍ତାବ ଉପରେ ଇରାନର ପ୍ରତିକ୍ରିୟାକୁ ସମ୍ପୂର୍ଣ୍ଣ ଅଗ୍ରହଣୀୟ ବୋଲି କହିଛନ୍ତି। ଇରାନ ସେନା
ଆମେରିକା ଏବଂ ଇସ୍ରାଏଲକୁ ସତର୍କ କରାଇଛି ଯେ, ଯଦି ପୁଣିଥରେ
ଆକ୍ରମଣ ଆରମ୍ଭ ହୁଏ,
ତେବେ ଉଭୟ ଦେଶକୁ କଳ୍ପନାରୁ ମଧ୍ୟ ଅଧିକ ଚ୍ୟାଲେଞ୍ଜର
ସମ୍ମୁଖୀନ ହେବାକୁ ପଡ଼ିବ।
ଅଲ୍ ଜଜିରା ଏବଂ ସିବିଏସ୍
ନ୍ୟୁଜ୍ର ରିପୋର୍ଟରେ ଏହି ଘଟଣାକ୍ରମ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଯୁଦ୍ଧ ଶେଷ କରିବା
ପାଇଁ ଇରାନ ଦେଇଥିବା ନୂତନ ପ୍ରସ୍ତାବକୁ ଟ୍ରମ୍ପ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି। ଇରାନ
ତାହାର ଉତ୍ତରରେ କହିଛି ଯେ ସେ ବିବାଦ ରୋକିବାକୁ ପ୍ରସ୍ତୁତ, କିନ୍ତୁ ସର୍ତ୍ତ
ହେଉଛି ଆମେରିକା ତୁରନ୍ତ ନୌସେନା ନାକାବନ୍ଦି ହଟାଇବ, ପ୍ରତିବନ୍ଧକଗୁଡ଼ିକୁ
ସମାପ୍ତ କରିବ ଏବଂ ପରମାଣୁ କାର୍ଯ୍ୟକ୍ରମ ଓ ବିଦେଶ ନୀତିରେ ହସ୍ତକ୍ଷେପ କରିବ ନାହିଁ।
ଏହି ସବୁ ବିଷୟକୁ ନେଇ ୱାଶିଂଟନ ପୂର୍ବରୁ ଯୁଦ୍ଧ ଆରମ୍ଭ କରିବାର
ଯୁକ୍ତି ଦେଇଥିଲା। ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଏପରି ଶର୍ତ୍ତକୁ ଆମେରିକା କେବେ ବି ସ୍ୱୀକାର କରିବ ନାହିଁ। ଏହା କାହାରୁ ଲୁଚି ନାହିଁ ଯେ ଇରାନ ବିଶ୍ୱର ୧୨ତମ କିମ୍ବା ୧୩ତମ ପରମାଣୁ ଶକ୍ତି ହେବାର
ଆକାଂକ୍ଷା ରଖିଛି। ତାହା ପାଖରେ ଇସ୍ରାଏଲ ବିରୋଧରେ ଆକ୍ରମଣାତ୍ମକ ଅଭିଯାନ ଚାଳାଇବାର କ୍ଷମତା
ମଧ୍ୟ ରହିଛି। ଆମେରିକା ହାମାସ ଏବଂ ହିଜବୁଲ୍ଲା ପରି ଆତଙ୍କବାଦୀ ସଂଗଠନମାନଙ୍କୁ ଇରାନ ଦେଉଥିବା ସମର୍ଥନକୁ ମଧ୍ୟ ଶେଷ କରିବାକୁ ଚାହୁଁଛି। ଉଭୟ ଦେଶ ମଧ୍ୟରେ
ଏପରି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ
ରହିଛି, ଯାହା ଶାନ୍ତିର ପଥରେ ବଡ଼ ବାଧା ହୋଇ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା