
ଶ୍ରୀନଗର, ୧୧ ମେ (ହି.ସ.)। ଓମାର ଅବଦୁଲାସୋମବାର
ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଏବଂ ତାମିଳଗା ଭେତ୍ରି କଝଗମ୍ (ଟିଭିକେ) ପ୍ରମୁଖ ବିଜୟଙ୍କୁ
ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।
ଓମାର ସାମ୍ବାଦିକମାନଙ୍କ ସହ କଥା ହୋଇ କହିଛନ୍ତି ଯେ, ଶପଥ ଗ୍ରହଣରେ ଏତେ ବିଳମ୍ବ
ହେବା ଉଚିତ୍ ନଥିଲା। ଏଥିପାଇଁ ତିନି-ଚାରି ଦିନ ଲାଗିଗଲା ଏବଂ ସେମାନଙ୍କୁ ଅନେକଥର ରାଜଭବନକୁ
ଯିବାକୁ ପଡ଼ିଲା। ଶେଷରେ ସେମାନେ ଅଧିକାଂଶ ସମର୍ଥନ ହାସଲ କରିରିଲେ।
ସେ କହିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁସାରେ
ରାଜ୍ୟପାଳଙ୍କୁ ସବୁଠାରୁ ବଡ଼ ଦଳ କିମ୍ବା ନିର୍ବାଚନ ପୂର୍ବରୁ ଥିବା ସବୁଠାରୁ ବଡ଼ ମହାଜୋଟକୁ
ଅଧିକାଂଶ ପ୍ରମାଣ କରିବା ପାଇଁ ଆମନ୍ତ୍ରଣ କରିବା ଉଚିତ୍ ଥିଲା। ଯାହା ହେଉ ବିଳମ୍ବରେ ହେଲେ
ମଧ୍ୟ ଏହା ସଂପନ୍ନ ହୋଇଗଲା।
ସେ ଆହୁରି କହିଛନ୍ତି ଯେ, ବିଜୟଙ୍କୁ ତାଙ୍କର ବହୁମତ ସାବ୍ୟସ୍ତ କରିବା
ପାଇଁ କିଛି ଦିନ ସମୟ ଦିଆଯାଇଛି। ଆମେ ଆଶା କରୁଛୁ ଯେ ସେ ତାଙ୍କର ବହୁମତ ସମର୍ଥନ ସାବ୍ୟସ୍ତ
କରିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା