ବିଶ୍ୱର କୌଣସି ଶକ୍ତି ଭାରତକୁ ନୁଆଁଇ ପାରିବ ନାହିଁ- ପ୍ରଧାନମନ୍ତ୍ରୀ ମୋଦି
ଗିର ସୋମନାଥ, ୧୧ ମେ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି ଯେ, ବିଶ୍ୱର କୌଣସି ଶକ୍ତି ଭାରତକୁ ନୁଆଁଇ ପାରିବ ନାହିଁ କିମ୍ବା ଚାପରେ ରଖି ପାରିବ ନାହିଁ। ସେ କହିଛନ୍ତି ଯେ, ୧୯୯୮ ମସିହାର ପୋଖରାନ ପରମାଣୁ ପରୀକ୍ଷା ବିଶ୍ୱକୁ ଭାରତର ଅଟଳ ରାଜନୈତ
ବିଶ୍ୱର କୌଣସି ଶକ୍ତି ଭାରତକୁ ନୁଆଁଇ ପାରିବ ନାହିଁ- ପ୍ରଧାନମନ୍ତ୍ରୀ ମୋଦି


ଗିର ସୋମନାଥ, ୧୧ ମେ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି ଯେ, ବିଶ୍ୱର କୌଣସି ଶକ୍ତି

ଭାରତକୁ ନୁଆଁଇ ପାରିବ ନାହିଁ କିମ୍ବା ଚାପରେ ରଖି ପାରିବ ନାହିଁ। ସେ କହିଛନ୍ତି ଯେ,

୧୯୯୮

ମସିହାର ପୋଖରାନ ପରମାଣୁ ପରୀକ୍ଷା ବିଶ୍ୱକୁ ଭାରତର ଅଟଳ ରାଜନୈତିକ ଇଚ୍ଛାଶକ୍ତିର ପରିଚୟ

ଦେଇଥିଲା।

ଗୁଜରାଟର ସୋମନାଥ ମନ୍ଦିରରେ ଆୟୋଜିତ ସୋମନାଥ ଅମୃତ ମହୋତ୍ସବକୁ ସମ୍ବୋଧନ କରି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୧୧ ମେ ୧୯୯୮ରେ ଭାରତ ପୋଖରାନରେ ପ୍ରଥମ

ତିନୋଟି ପରମାଣୁ ପରୀକ୍ଷା କରିଥିଲା ଏବଂ ତା’ପରେ ବିଶ୍ୱର ବିଭିନ୍ନ

ଶକ୍ତିଶାଳୀ ଦେଶ ଭାରତ ଉପରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲାଗୁ କରିଥିଲେ।

ସେ କହିଛନ୍ତି, “୧୧ ମେ ପରେ ସମଗ୍ର ବିଶ୍ୱ ଆମ ବିରୋଧରେ ହୋଇଯାଇଥିଲା,

କିନ୍ତୁ

୧୩ ମେରେ ଭାରତ ଆଉ ଦୁଇଟି ପରମାଣୁ ପରୀକ୍ଷା କରିଥିଲା। ଏହା ଦ୍ୱାରା ବିଶ୍ୱ ଜାଣିପାରିଲା ଯେ

ଭାରତର ରାଜନୈତିକ ଇଚ୍ଛାଶକ୍ତି କେତେ ଅଟଳ।”

ସେ କହିଛନ୍ତି ଯେ, ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ

ବାଜପେୟୀଙ୍କ ନେତୃତ୍ୱାଧୀନ ସରକାର ଦେଖାଇଥିଲା ଯେ ଭାରତ ପାଇଁ ରାଷ୍ଟ୍ର ସର୍ବୋପରି। ମୋଦି କହିଛନ୍ତି,

“ବିଶ୍ୱର

କୌଣସି ଶକ୍ତି ଭାରତକୁ ନୁଆଁଇ ପାରିବ ନାହିଁ, ଚାପରେ ରଖି ପାରିବ ନାହିଁ।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ପୋଖରାନ ପରମାଣୁ ପରୀକ୍ଷାକୁ ‘ଅପରେସନ ଶକ୍ତି’

ନାମ

ଦେଇଥିଲା, କାରଣ ଶିବ ଓ ଶକ୍ତିଙ୍କ ଆରାଧନା ଭାରତର ପରମ୍ପରା ରହିଆସିଛି। ସେ କହିଛନ୍ତି

ଯେ, ଏହି ଚିନ୍ତାଧାରା ଦେଶର ବୈଜ୍ଞାନିକ ପ୍ରଗତିର ପ୍ରେରଣାସ୍ତ୍ରୋତ

ହୋଇଛି।

ମୋଦି କହିଛନ୍ତି ଯେ, ସୋମନାଥ ଅମୃତ ମହୋତ୍ସବ କେବଳ ଅତୀତର

ଉତ୍ସବ ନୁହେଁ, ବରଂ ଆଗାମୀ ଏକ ହଜାର ବର୍ଷ ପାଇଁ ଭାରତର ପ୍ରେରଣାର ପର୍ବ ଅଟେ। ସେ

କହିଛନ୍ତି ଯେ, ୧୯୪୭ରେ ଭାରତ ସ୍ୱାଧୀନ ହେବା ପରେ ୧୯୫୧ରେ ସୋମନାଥ ମନ୍ଦିରର ପ୍ରାଣ

ପ୍ରତିଷ୍ଠା ଭାରତର ସ୍ୱାଧୀନ ଚେତନାର ଘୋଷଣା କରିଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସ୍ୱାଧୀନତା ସମୟରେ ସର୍ଦ୍ଦାର ବଲ୍ଲଭ ଭାଇ

ପଟେଲ୫୦୦ରୁ ଅଧିକ ଦେଶୀ କ୍ଷେତ୍ରକୁ ଏକତ୍ର କରି ଆଧୁନିକ ଭାରତର ଭିତ୍ତି

ସ୍ଥାପନ କରିଥିଲେ ଏବଂ ସୋମନାଥ ମନ୍ଦିରର ପୁନର୍ନିର୍ମାଣ ମାଧ୍ୟମରେ ବିଶ୍ୱକୁ ଏହି ସନ୍ଦେଶ

ଦେଇଥିଲେ ଯେ, ଭାରତ କେବଳ ସ୍ୱାଧୀନ ହୋଇନାହିଁ, ବରଂ ନିଜର ପ୍ରାଚୀନ

ଗୌରବମୟ ଐତିହ୍ୟକୁ ପୁନସ୍ଥାପିତ କରିବା ଦିଗରେ ମଧ୍ୟ ଆଗକୁ ବଢ଼ୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande