
ବିଜାପୁର,୧୧ ମେ (ହି.ସ.)।
ଛତିଶଗଡ଼ର ବିଜାପୁର ଜିଲ୍ଲାର ଗଙ୍ଗାଲୁର ଥାନା ଅନ୍ତର୍ଗତ ଡୋଡିତୁମନାର ପଟେଲପାରା ପାହାଡ଼ିଆ
ଅଞ୍ଚଳରୁ ନକ୍ସଲମାନେ ପୂର୍ବରୁ ଲୁଚାଇ ରଖିଥିବା ବିସ୍ଫୋରକ ତିଆରି ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ
ନକ୍ସଲ ସାମଗ୍ରୀ ସୁରକ୍ଷାବଳ ସୋମବାର ଜବତ କରିଛି।
ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା ଯେ, ଡୋଡିତୁମନାର
ଜଙ୍ଗଲ-ପାହାଡ଼ ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ଚାଲୁଥିଲା ଏବଂ ସେଠାରେ ବହୁ ପରିମାଣରେ ନକ୍ସଲ
ସାମଗ୍ରୀ ଲୁଚାଇ ରଖାଯାଇଛି। ଏହା ପରେ ପୁଲିସ ସହାୟତା କେନ୍ଦ୍ର ପିଡିଆ ଏବଂ ଗଙ୍ଗାଲୁର ଥାନାର
ଯୁକ୍ତ ପୁଲିସ ଦଳ ସେହି ଅଞ୍ଚଳରେ ବ୍ୟାପକ ସର୍ଚ୍ଚିଂ ଅଭିଯାନ ଚଲାଇଥିଲେ।
ସର୍ଚ୍ଚିଂ ସମୟରେ ଯବାନମାନେ ମାଟି ତଳେ ତିଆରି ହୋଇଥିବା ଏକ ସନ୍ଦିଗ୍ଧ ବଙ୍କର ଚିହ୍ନଟ
କରିଥିଲେ। ଡିମାଇନିଂ ଏବଂ ସୁରକ୍ଷା ଯାଞ୍ଚ ପରେ ବଙ୍କରଟି ଖୋଲାଯାଇଥିଲା, ଯେଉଁଠାରୁ ବହୁ ପରିମାଣରେ ନକ୍ସଲ ସାମଗ୍ରୀ ଜବତ କରାଯାଇଥିଲା।
ଜବତ ହୋଇଥିବା ନକ୍ସଲ ସାମଗ୍ରୀ ମଧ୍ୟରେ ହୋଣ୍ଡାକମ୍ପାନୀର ଦୁଇଟି ଜେନେରେଟର, ଦୁଇଟି ଲେଥ୍ ମେସିନ୍, ଗୋଟିଏ ଇନଭର୍ଟର, ଚାରିଟି ବଡ଼ ବ୍ୟାଟେରୀ, ଗୋଟିଏ ଛୋଟ ବ୍ୟାଟେରୀ, ଆଠଟି
ସୋଲାର ପ୍ଲେଟ୍, ଗୋଟିଏ ମୋଟର, ଗୋଟିଏ ୱେଲ୍ଡିଂ ମେସିନ୍, ଗୋଟିଏ
ଡ୍ରିଲ୍ ମେସିନ୍, ଗୋଟିଏ ଦେଶୀ ବିଜିଏଲ୍
ଲଞ୍ଚର, ୨୯ଟି ବିଜିଏଲ୍ ସେଲ୍, ପ୍ରାୟ ୫୦ ମିଟର କର୍ଡେକ୍ସ ତାର ଏବଂ ଦୁଇଟି ପ୍ଲାଷ୍ଟିକ ଡ୍ରମ୍
ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା