ଦିଲ୍ଲୀର ମୁଣ୍ଡକା-ବକରୱାଲା ଟୋଲ୍ ପ୍ଲାଜାରେ ବାଧାହୀନ ବ୍ୟବସ୍ଥାର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଗଡକରୀ,ଏବେ ବିନା ଅଟକି ସ୍ୱୟଂଚାଳିତ ଭାବରେ କଟାଯିବ ଟୋଲ
ନୂଆଦିଲ୍ଲୀ, ମଇ ୧୧ (ହି.ସ.)-କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଆଜି ଦିଲ୍ଲୀର ୟୁଇଆର-II ସ୍ଥିତ ମୁଣ୍ଡକା-ବକରୱାଲା ଟୋଲ୍ ପ୍ଲାଜାରେ ମଲ୍ଟି-ଲେନ୍ ଫ୍ରି ଫ୍ଲୋ (ଏମଏଲଏଫଏଫ) ବାଧାହୀନ ଟୋଲିଂ ବ୍ୟବସ୍ଥାର ଉଦଘାଟନ କରିଛନ୍ତି। ଏହା ଦେଶରେ ଏହି ପ୍ରକାରର ଦ୍ୱିତୀୟ ଟୋଲିଂ ବ୍ୟବସ୍ଥ
ଦିଲ୍ଲୀର ମୁଣ୍ଡକା-ବକରୱାଲା ଟୋଲ୍ ପ୍ଲାଜାରେ ବାଧାହୀନ ବ୍ୟବସ୍ଥାର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଗଡକରୀ,ଏବେ ବିନା ଅଟକି ସ୍ୱୟଂଚାଳିତ ଭାବରେ କଟାଯିବ ଟୋଲ


ନୂଆଦିଲ୍ଲୀ, ମଇ ୧୧ (ହି.ସ.)-କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଆଜି ଦିଲ୍ଲୀର ୟୁଇଆର-II ସ୍ଥିତ ମୁଣ୍ଡକା-ବକରୱାଲା ଟୋଲ୍ ପ୍ଲାଜାରେ ମଲ୍ଟି-ଲେନ୍ ଫ୍ରି ଫ୍ଲୋ (ଏମଏଲଏଫଏଫ) ବାଧାହୀନ ଟୋଲିଂ ବ୍ୟବସ୍ଥାର ଉଦଘାଟନ କରିଛନ୍ତି। ଏହା ଦେଶରେ ଏହି ପ୍ରକାରର ଦ୍ୱିତୀୟ ଟୋଲିଂ ବ୍ୟବସ୍ଥା। ପୂର୍ବରୁ, ମଇ ୨ ତାରିଖରେ, ଏହି ବ୍ୟବସ୍ଥା ଗୁଜରାଟର ଏନଏଚ-୪୮ର ସୁରତ-ଭରୁଚ ସେକ୍ସନରେ ଅବସ୍ଥିତ ଚୋରିୟାସି ଟୋଲ୍ ପ୍ଲାଜାରେ ଆରମ୍ଭ କରାଯାଇଥିଲା।ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ଏବଂ ଅଜୟ ଟାମ୍ଟା; ପଶ୍ଚିମ ଦିଲ୍ଲୀର ସାଂସଦ କମଲଜିତ ସେହରାୱତ; ଉତ୍ତର-ପଶ୍ଚିମ ଦିଲ୍ଲୀର ସାଂସଦ ଯୋଗେନ୍ଦର ଚାଣ୍ଡୋଲିଆ; ଏବଂ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)ର ଅଧ୍ୟକ୍ଷ ସନ୍ତୋଷ କୁମାର ଯାଦବ ଉପସ୍ଥିତ ଥିଲେ। ଏନଏଚଏଆଇ ଅଧିକାରୀମାନେ ନୂତନ ଟୋଲିଂ ସିଷ୍ଟମର କାର୍ଯ୍ୟକ୍ଷମ ପ୍ରଣାଳୀ ସମ୍ପର୍କରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।ଏହି ଟୋଲ୍ ପ୍ଲାଜାରେ ଯାନବାହନଗୁଡ଼ିକୁ ଆଉ ଅଟକିବା କିମ୍ବା ଗତି କମାଇବା ଆବଶ୍ୟକ ହେବ ନାହିଁ। ଏହି ସିଷ୍ଟମ ଅଧୀନରେ, ଉଚ୍ଚ-ରିଜୋଲ୍ୟୁସନ୍ କ୍ୟାମେରା, ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ (ଏଏନପିଆର) ପ୍ରଯୁକ୍ତିବିଦ୍ୟା, ରେଡିଓ-ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ (ଆରଏଫଆଇଡି), ରାଡାର, ଏଲଆଇଡିଏଆର ଏବଂ ଫାଷ୍ଟଟ୍ୟାଗ-ଆଧାରିତ ଡିଜିଟାଲ୍ ଭିତ୍ତିଭୂମି ବ୍ୟବହାର କରି ଏକ ନେଟୱାର୍କ ମାଧ୍ୟମରେ ଯାନଗୁଡ଼ିକୁ ଚିହ୍ନଟ କରାଯିବ। ଟୋଲ୍ ପ୍ଲାଜା ଦେଇ ଗାଡ଼ି ଯିବା ମାତ୍ରେ, ପ୍ରଯୁଜ୍ୟ ଟୋଲ୍ ଫି ସ୍ୱୟଂଚାଳିତ ଭାବରେ ଏହାର ଫାଷ୍ଟଟ୍ୟାଗ ଆକାଉଣ୍ଟରୁ କଟିଯିବ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande