
ନୂଆଦିଲ୍ଲୀ, ୧୧ ମେ (ହି.ସ.) - ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସୋମବାର ଏଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ରାଜ୍ୟ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି।ଏକ ସୋସିଆଲ ମିଡିଆ ପୋଷ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ବୈଠକରେ ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପୁନରୁଦ୍ଧାର, ବ୍ୟବସାୟର ନିୟମ, ସଂରକ୍ଷଣର ଯୁକ୍ତିସଙ୍ଗତକରଣ ଏବଂ ଶାସନ ତଥା ଜନକଲ୍ୟାଣ ସମ୍ବନ୍ଧୀୟ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଏହି ବୈଠକରେ ଜାମ୍ମୁ-କାଶ୍ମୀରର ବର୍ତମାନର ସୁରକ୍ଷା ଏବଂ ଆର୍ôଥକ ସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି କ୍ଷେତ୍ରରେ ସ୍ଥାୟୀ ଶାନ୍ତି, ସ୍ଥିରତା ଏବଂ ସମାବେଶୀ ବିକାଶ ସୁନିଶ୍ଚିତ କରିବା ଉପରେ ଦୁଇ ନେତା ବିଶେଷ ଗୁରୁତ୍ୱାରୋପ କରିଥିଲେ।
ସୂତ୍ରରୁ ପ୍ରକାଶ ଯେ ଏହି ବୈଠକରେ ଆଗାମୀ ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତି ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ