ତାମିଲନାଡୁର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଯୋଶେଫ ବିଜୟ ସାମିଲ୍
ଚେନ୍ନାଇ, ୧୧ ମଇ (ହି.ସ.)- ତାମିଲନାଡ଼ୁ ରାଜନୀତିରେ ରବିବାର ଦିନ ଏକ ନୂତନ ଯୁଗର ଆରମ୍ଭ ହୋଇଛି, ଯେତେବେଳେ ଅଭିନେତାରୁ ରାଜନେତା ହୋଇଥିବା ଜୋସେଫ୍ ବିଜୟ ରାଜ୍ୟର ୧୮ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହା ସହିତ ସେ ତାମିଲନାଡୁର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିବା ନେତାଙ୍କ ତାଲି
ତାମିଲନାଡୁର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଯୋଶେଫ ବିଜୟ ସାମିଲ୍


ଚେନ୍ନାଇ, ୧୧ ମଇ (ହି.ସ.)- ତାମିଲନାଡ଼ୁ ରାଜନୀତିରେ ରବିବାର ଦିନ ଏକ ନୂତନ ଯୁଗର ଆରମ୍ଭ ହୋଇଛି, ଯେତେବେଳେ ଅଭିନେତାରୁ ରାଜନେତା ହୋଇଥିବା ଜୋସେଫ୍ ବିଜୟ ରାଜ୍ୟର ୧୮ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହା ସହିତ ସେ ତାମିଲନାଡୁର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିବା ନେତାଙ୍କ ତାଲିକାରେ ପଂଚମ ସ୍ଥାନରେ ପହଂଚିଛନ୍ତି । ତାଙ୍କ ସଫଳତାକୁ ମଧ୍ୟ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି କାରଣ ସେ ତାଙ୍କ ଦଳ ତାମିଲଗା ଭେଟ୍ରି କାଜାଗମ ପ୍ରତିଷ୍ଠା କରିବାର ମାତ୍ର ଦୁଇ ବର୍ଷ ମଧ୍ୟରେ କ୍ଷମତା ହାସଲ କରିଛନ୍ତି ।

ତାମିଲନାଡ଼ୁର ରାଜନୈତିକ ଇତିହାସରେ ଏପର୍ଯ୍ୟନ୍ତ ୧୮ ଜଣ ନେତା ମୁଖ୍ୟମନ୍ତ୍ରୀ ପଦବୀରେ ରହିଛନ୍ତି । ସେମାନଙ୍କ ମଧ୍ୟରେ ଜେ. ଜୟଲଳିତା ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ରଖିଛନ୍ତି । ୧୯୯୧ ମସିହାରେ ମାତ୍ର ୪୩ ବର୍ଷ ବୟସରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ସୃଷ୍ଟି କରିଥିଲେ । ଜୟଲଳିତା ମଧ୍ୟ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଦୀର୍ଘ ସମୟ ଧରି ତାମିଲନାଡୁର ସବୁଠାରୁ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଗଣାଯାଉଥିଲେ ।

ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଦ୍ରାବିଡ଼ ରାଜନୀତିର ମହାନ୍ ନେତା ଏମ୍ କରୁଣାନିଧି, ଯିଏକି ୪୪ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତୃତୀୟ ସ୍ଥାନରେ ଅଛନ୍ତି ଓ. ପନିରସେଲଭମ, ଯିଏକି ୫୦ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ କେ. କାମରାଜ ୫୧ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବେ ଯୋଶେଫ ବିଜୟ ମଧ୍ୟ ୫୧ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ତେବେ କାମରାଜ ସମାନ ବୟସ ସତ୍ୱେ ତାଙ୍କଠାରୁ ଆଗରେ ରହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande