ହିମନ୍ତ ବିଶ୍ୱ ଶର୍ମା ସହ ପାଞ୍ଚ ଜଣ ନେବେ ମନ୍ତ୍ରୀ ପଦର ଶପଥ
ଗୌହାଟୀ, ୧୨ ମଇ (ହି.ସ.) : ଆଜି ଆସାମରେ ନୂତନ ସରକାର ଗଠନ ହେବ । ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ମୋଟ ପାଞ୍ଚ ଜଣ ନେତା ମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିବେ। ଏନେଇ ହିମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ
ହିମନ୍ତ ବିଶ୍ୱ ଶର୍ମା ସହ ପାଞ୍ଚ ଜଣ ନେବେ ମନ୍ତ୍ରୀ ପଦର ଶପଥ


ଗୌହାଟୀ, ୧୨ ମଇ (ହି.ସ.) : ଆଜି ଆସାମରେ ନୂତନ ସରକାର ଗଠନ ହେବ । ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ମୋଟ ପାଞ୍ଚ ଜଣ ନେତା ମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିବେ। ଏନେଇ ହିମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରିମାମୟ ଉପସ୍ଥିତିରେ ତାଙ୍କ ସହ ଚାରି ଜଣ ସହଯୋଗୀ ମନ୍ତ୍ରୀ ପଦରେ ଶପଥ ନେବେ। ଏହି ନେତାମାନେ ହେଲେ ରାମେଶ୍ୱର ତେଲୀ, ଅତୁଲ ବୋରା, ଚରଣ ବୋଡୋ ଓ ଅଜନ୍ତା ନେଓଗ।

ଏହାମଧ୍ୟରୁ ଦୁଇ ଜଣ ଭାରତୀୟ ଜନତା ପାର୍ଟି (ବିଜେପି), ଜଣେ ଅସମ ଗଣ ପରିଷଦ (ଏଜିପି) ଏବଂ ଜଣେ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ)ର ବିଧାୟକ ଅଟନ୍ତି।

ହିମନ୍ତ ବିଶ୍ୱ ଶର୍ମା ଆହୁରି କହିଛନ୍ତି ଯେ, ବିଧାୟକ ରଞ୍ଜିତ ଦାସଙ୍କୁ ବିଧାନସଭା ଅଧ୍ୟକ୍ଷ ପଦ ପାଇଁ ଏନଡିଏର ପ୍ରାର୍ଥୀ କରାଯିବ। ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ସେ କହିଛନ୍ତି ଯେ, ଏକ ଶକ୍ତିଶାଳୀ, ବିକଶିତ ଓ ସମୃଦ୍ଧ ଅସମ ଗଠନ ପାଇଁ ସମସ୍ତେ ମିଶି କାମ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande