ଲଗାତର ଦ୍ୱିତୀୟ ଥର ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା
ଗ୍ୱୌହାଟୀ, ୧୨ ମଇ (ହି.ସ.)। ଲଗାତାର ଦ୍ୱିତୀୟଥର ପାଇଁ ଆସମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହିମନ୍ତ ବିଶ୍ୱଶର୍ମା। ମଙ୍ଗଳବାର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗ୍ୱୌହାଟୀର ଖାନାପାରା ସ୍ଥିତ ଭେଟେରିନାରୀ କଲ
ଆସାମ ମୁଖ୍ୟମନ୍ତ୍ରୀ


ଗ୍ୱୌହାଟୀ, ୧୨ ମଇ (ହି.ସ.)। ଲଗାତାର ଦ୍ୱିତୀୟଥର ପାଇଁ ଆସମର ମୁଖ୍ୟମନ୍ତ୍ରୀ

ଭାବେ ଶପଥ ଗ୍ରହଣ କରିଛନ୍ତି ହିମନ୍ତ ବିଶ୍ୱଶର୍ମା। ମଙ୍ଗଳବାର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ

ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଗ୍ୱୌହାଟୀର ଖାନାପାରା ସ୍ଥିତ ଭେଟେରିନାରୀ କଲେଜ ଖେଳ ପଡ଼ିଆରେ

ଆୟୋଜିତ ଭବ୍ୟ ସମାରୋହରେ ଡ଼ଃ ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପିର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ନୀତିନ ଗଡକାରୀଙ୍କସହ ଜାତୀୟ ଗଣତାନ୍ତ୍ରିକ ମୋର୍ଚ୍ଚା

(ରାଜଗ) ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦର ଶପଥ

ନେଇଥିଲେ।

ତାଙ୍କ ଶପଥ ଗ୍ରହଣ ପରେ ଭାଜପାର ନବନିର୍ବାଚିତ ବିଧାୟକ

ରାମେଶ୍ୱର ତେଲ ଓ ଅଜନ୍ତା ନେଓଗ, ଆସାମ ଗଣ ପରିଷଦ (ଅଗପ)ର ଅତୁଲ ବୋରା ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ

ଫ୍ରଣ୍ଟ (ବିପିଏଫ)ର ଚରଣ ବୋଡୋ ମନ୍ତ୍ରୀ ପଦର ଶପଥ ନେଇଥିଲେ। ରାଜ୍ୟପାଳ ସେମାନଙ୍କୁ ପଦ ଓ

ଗୋପନୀୟତାର ଶପଥ ପାଠ କରାଇଥିଲେ।

ଆସାମ ବିଧାନସଭା ନିର୍ବାଚନ ୨୦୨୬ରେ ରାଜଗ ଚମତ୍କାର ପ୍ରଦର୍ଶନ

କରି ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୦୨ଟି ଆସନରେ ବିଜୟ ହାସଲ କରିଥିଲା। ଏଥିରେ ଭାରତୀୟ

ଜନତା ପାର୍ଟି ୮୨ଟି ଆସନ ଜିତିଥିବା ବେଳେ ସହଯୋଗୀ ଦଳ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande