
ଶ୍ରୀନଗର, ୧୨ ମଇ (ହି.ସ.)- ନେଶନାଲ କନଫରେନ୍ସର ସଭାପତି ଡଃ. ଫାରୁକ୍ ଅବଦୁଲ୍ଲା ମଙ୍ଗଳବାର ଚେତାବନୀ ଦେଇଛନ୍ତି ଯେ, କାଶ୍ମୀର ଡିଭିଜନରେ ଇନ୍ଧନ ଏବଂ ଗ୍ୟାସ୍ ସଙ୍କଟ ଆଡକୁ ଯାଉଛି ଯାହା ଅର୍ଥନୀତିକୁ ସଙ୍କଟ ଏବଂ ଅନିଶ୍ଚିତତା ରେ ପକାଇପାରେ ।
ଶ୍ରୀନଗରରେ ସାମ୍ବାଦିକମାନଙ୍କ ସହ କଥାବାର୍ତା କରି ଡଃ. ଫାରୁକ୍ କହିଛନ୍ତି ଯେ, ବିଶ୍ୱସ୍ତରୀୟ ଉତେଜନା ଏବଂ ଚାଲିଥିବା ଭୂ-ରାଜନୈତିକ ବିବାଦ ପରିସ୍ଥିତିକୁ ଆହୁରି ଖରାପ କରିପାରେ । ସେ କହିଥିଲେ ଯେ, ଆମେ ଏକ ସଙ୍କଟ ଆଡ଼କୁ, ଇନ୍ଧନ ସଙ୍କଟ ଆଡ଼କୁ, ଗ୍ୟାସ ସଙ୍କଟ ଆଡ଼କୁ ଏବଂ ବିନାଶ ଆଡ଼କୁ ଅଗ୍ରସର ହେଉଛୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଏପରି ପରିସ୍ଥିତି ଜାରି ରହେ, ତେବେ ଅର୍ଥନୀତି ଉପରେ ଏହାର ପ୍ରଭାବ ପୂର୍ବାନୁମାନ କରିବା କଷ୍ଟକର । ସେ ଏହା ମଧ୍ୟ କହିଛନ୍ତି ଯେ, ଏକ ଉପାୟ ଖୋଜିବା ଆବଶ୍ୟକ ଏବଂ ଚେତାବନୀ ଦେଇଛନ୍ତି ଯେ, ନିରନ୍ତର ଅନିଶ୍ଚିତତା ଗୁରୁତର ପରିଣାମ ଆଣିପାରେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ