
କନ୍ଧମାଳ, ୨ ମଇ (ହି.ସ.)- କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା l ବନବିଭାଗ ଦ୍ଵାରା ଜଙ୍ଗଲକୁ ସୁରକ୍ଷା ଦେବା ଏବଂ ଜଙ୍ଗଲି ଜୀବଯନ୍ତୁଙ୍କୁ ଶିକାର ନକରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରୁଥିବା ବେଳେ ଏସବୁକୁ ବେଖାତିରି କରି ଅବାଧରେ ଶିକାରୀମାନେ ଜଙ୍ଗଲୀ ପ୍ରାଣୀଙ୍କୁ ଶିକାର କରିବାରେ ଲାଗିଛନ୍ତି l ତେବେ ସୂଚନା ଅନୁଯାୟୀ, ଗତ ରାତ୍ରିରେ ଵେଲଘର ଥାନା ଅନ୍ତର୍ଗତ ସାପେରି ଗ୍ରାମର କାମଦେବ ମାଝୀ, ମଦନ ମାଝୀ, ଲିଟୁ ମାଝୀ ଶିକାରୀ ବାହାରିଥିଲେ ବେଲଘର ବନାଞ୍ଚଳର କଡ଼ପନା ଜଙ୍ଗଲକୁ ଜଙ୍ଗଲି ଯନ୍ତୁ ଶିକାର ପାଇଁ l କିଛି ଗୋଟେ ଜଙ୍ଗଲୀ ଯନ୍ତୁଙ୍କୁ ଶିକାର କରିବା ସମୟରେ ସାଥୀ ଶିକାରୀ କାମଦେବ ମାଝୀଙ୍କ ଡାହାଣ ପିଠିରେ ସିଧା ଯାଇ ବାଜିଥିଲା ସାଥୀ ଶିକାରୀଙ୍କ ଗୁଳି। ଗୁଳି ବାଜିବା ମାତ୍ରେ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା କାମଦେବଙ୍କ ଜୀବନ l ଗୁଳି ବାଜିବା ମାତ୍ରେ ସାଥୀ ଶିକାରୀ ମାନେ ଆସି ଗ୍ରାମବାସୀଙ୍କୁ ଜଣାଇଥିଲେ l ଗ୍ରାମବାସୀ ଯାଇ ପହଞ୍ଚିଥିଲେ ଘଟଣାସ୍ଥଳରେ l କାମଦେବଙ୍କ ମରଶରୀର ଦେଖି ଗ୍ରାମବାସୀ ଖବର ଦେଇଥିଲେ ବେଲଘର ଥାନାକୁ। ଖବରପାଇ ବେଲଘର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛି l ଏହାକୁ ନେଇ କାମଦେବଙ୍କ ସ୍ତ୍ରୀ ମୋର ସ୍ୱାମୀଙ୍କୁ ଘରୁ ଡ଼ାକିନେଇ ହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଏହାକୁ ଆଧାର କରି ବେଲଘର ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l କାମଦେବଙ୍କ ସହ ଯାଇଥିବା ଦୁଇ ସାଥୀ ଶିକାରୀ ଲୁଟୁ ମାଝୀ ଓ ମଧୁ ମାଝୀ ସାପେରି ଗ୍ରାମକୁ ପୋଲିସ ଖୋଜିଲା ବେଳେ ଦୁଇ ଜଣ ଫେରାର ଥିବା ବେଲଘର ପୋଲିସ କହିଛି l ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଥିବା ଏବଂ ଅଭିଯୁକ୍ତଙ୍କୁ ଗିରଫ ପରେ ସମ୍ପୂର୍ଣ ତଥ୍ୟ ଦିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି l ଏଥି ସହିତ ବିିସ୍ତୃତ ତଥ୍ଯ ପ୍ରଦାନ କଲେ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି କହିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ