ବିଶ୍ଵ ଶ୍ରମିକ ଦିବସ ଶ୍ରମିକ କର୍ମଚାରୀ ଭବନ ଠାରେ ପାଳିତ
ଜୟପୁର, ୨ ମଇ (ହି.ସ.)- ମଇ ୧ ତାରିଖ ବିଶ୍ୱ ଶ୍ରମିକ ଦିବସ ଦୁନିଆର ମଜଦୁର ଏକ ହୁଅ ଇନ୍-କି-ଲାବ୍ ଜିନ୍ଦାବାଦ୍, ଶ୍ରମିକ ଏକତା ଜିନ୍ଦାବାଦ୍ ଧ୍ୱନି ରେ ପ୍ରକମ୍ପିତ ହୋଇ ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ଠାରେ ପାଳିତ ହୋଇଯାଇଛି । କାଗଜ କଳ ଶ୍ରମିକ, ସେଲ୍ସ ରିପ୍ରେଜେଣ୍ଟେଟିଭ୍ ସଂଘ, ପାଚିକା ସହାୟ
ମେ' ୧ ବିଶ୍ୱ ଶ୍ରମିକ ଦିବସ ଶ୍ରମିକ କର୍ମଚାରୀ ଭବନ ଠାରେ ପାଳିତ ।


ଜୟପୁର, ୨ ମଇ (ହି.ସ.)- ମଇ ୧ ତାରିଖ ବିଶ୍ୱ ଶ୍ରମିକ ଦିବସ ଦୁନିଆର ମଜଦୁର ଏକ ହୁଅ ଇନ୍-କି-ଲାବ୍ ଜିନ୍ଦାବାଦ୍, ଶ୍ରମିକ ଏକତା ଜିନ୍ଦାବାଦ୍ ଧ୍ୱନି ରେ ପ୍ରକମ୍ପିତ ହୋଇ ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ଠାରେ ପାଳିତ ହୋଇଯାଇଛି । କାଗଜ କଳ ଶ୍ରମିକ, ସେଲ୍ସ ରିପ୍ରେଜେଣ୍ଟେଟିଭ୍ ସଂଘ, ପାଚିକା ସହାୟିକା ସଂଘ, ନିର୍ମାଣ ଶ୍ରମିକ ସଂଘ, କମ୍ୟୁନିଷ୍ଟ ପାର୍ଟିର କର୍ମୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଆଜି ଲାଲ୍ ପତାକାକୁ ଜୟପୁର ସିଟି କୋଅର୍ଡିନେସନ କମିଟି ଅଫ୍ ୟୁନିଅନ୍ସ ଏଣ୍ଡ ଆସୋସିଏସନ୍ସ ର ସାଧାରଣ ସମ୍ପାଦକ ପ୍ରମୋଦ କୁମାର ମହାନ୍ତି ଉତ୍ତୋଳନ କରିଥିଲେ, କହିଥିଲେ ଯେଉଁ ଆଠ ଘଣ୍ଟା କାମ ସମୟ ପାଇଁ ୧୪୦ ବର୍ଷ ତଳେ ଶ୍ରମିକ ମାନେ ରକ୍ତ ବୁହାଇ ସଂଗ୍ରାମ କରିଥିଲେ ଆଜି ର ଆର୍ ଏସ୍ ଏସ୍ ନିର୍ଦ୍ଦେଶନାରେ ପରିଚାଳିତ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଓ ରାଜ୍ୟ ସରକାର କାମ ସମୟକୁ ଦଶ ଘଣ୍ଟା ଘୋଷଣା କରିଛି। ଚାରୋଟି ଶ୍ରମ କୋଡ୍ ଲାଗୁ କରି ଶ୍ରମିକ ମାନଙ୍କ ସମସ୍ତ ଅଧିକାର ଛିନ୍ନ କରିଛି । ନୋଏଡାରେ ଶ୍ରମିକ ମାନେ ମଜୁରୀ ମାଗିବାରୁ ପୋଲିସ ଦ୍ୱାରା ଦମନ କରି ଜେଲ୍ ରେ ଶ୍ରମିକ ମାନଙ୍କୁ ଭର୍ତ୍ତି କରାଯାଇଛି । ଅଳ୍ପ ଦରମାରେ ସ୍କିମ ମାଧ୍ୟମରେ ନବେ ଭାଗ ଶ୍ରମିକଙ୍କୁ ଖଟେଇ ଚାଲିଛନ୍ତି । ଇପିଏଫ୍ ପେନସନର୍ସ ମାନଙ୍କୁ ମାସିକ ୯୦୦୦/ ଟଙ୍କା ପେନସନ ଦେବାକୁ ମୋଦୀ ସରକାର ନାରାଜ୍ କିନ୍ତୁ ପଶ୍ଚିମବଙ୍ଗରେ ଭୋଟ ପାଇଁ ମହିଳା ମାନଙ୍କୁ ତିନି ହଜାର ହାତ ଖର୍ଚ୍ଚ ଦେବାକୁ ଘୋଷଣା କରିଛି ମୋଦୀ -ଶାହା ଯୋଡ଼ି । ଦରଦାମ୍ ହୁ ହୁ ହୋଇ ବଢୁଛି, ଶ୍ରମିକ ମାନଙ୍କୁ କାମ ନାହିଁ, କାମରେ ଥିବା ଶ୍ରମିକର ଗ୍ୟାରେଣ୍ଟି ନାହିଁ । ଅନ୍ୟ ଦିଗରେ ସିଜିମାଳୀ ଭଳି ଅନେକ ଖଣି, ଜଙ୍ଗଲ, ଜମି, ପାଣି ଆଦାନୀ ଅମ୍ବାନୀ ଡାଲମିଆକୁ ଶାଗ ମାଛ ଦରରେ ଦିଆ ହେଉଛି । ଶିକ୍ଷା ସ୍ୱାସ୍ଥ୍ୟ ବ୍ୟବସ୍ଥା ଶ୍ରମିକ ମାନେ ଅଙ୍ଗେ ନିଭାଉଛନ୍ତି। ଜନ ଅସନ୍ତୋଷକୁ ଜନ ଆନ୍ଦୋଳନରେ ପରିଣତ କରି ସମାଜବାଦୀ ଶାସନ ପ୍ରତିଷ୍ଠା ପାଇଁ ମାର୍କ୍ସ ଏଙ୍ଗେଲ୍ସ ଓ ଲେନିନଙ୍କ ପ୍ରଦର୍ଶିତ ମାର୍ଗ ରେ ଅଗ୍ରସର ହେବା ଏକ ମାତ୍ର ପଥ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

ଆଜିର ସଭାକୁ ସଞ୍ଚାଳନ କରିଥିଲେ ଲକ୍ଷ୍ମଣ ମିଶ୍ର ଓ ସର୍ବଶ୍ରୀ ଯୁଧିଷ୍ଠିର ରାଉଳ, ସିପିଆଇ ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାସ, ପ୍ରକାଶ ପଟ୍ଟନାୟକ, ରଞ୍ଜନ ମିଶ୍ର, ଉତ୍ତମ ମଲ୍ଲିକ,ତ୍ରୀପତୀ ମାଝୀ, ନନ୍ଦ ହରିଜନ ପ୍ରମୁଖ ମତ ରଖିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande