ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ଜୟପୁର, ୨ ମଇ (ହି.ସ.)- ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆନୁକୂଲ୍ୟରେ ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ଵାବଧାନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ସଭା ଗୃହରେ ଅନୁଷ୍ଠିତ ହୋଇଥି
ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ


ଜୟପୁର, ୨ ମଇ (ହି.ସ.)- ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଆନୁକୂଲ୍ୟରେ ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ଵାବଧାନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ସଭା ଗୃହରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରମ ଅଦାଲତ ବିଚାରପତି ମୁଖ୍ୟ ଅତିଥି ଭାବେ ପ୍ରଭୁରାମ ଅଧିକାରୀ ଅଧ୍ୟକ୍ଷତା କରିଥିଲେ ତତ୍ ସହିତ ବରିଷ୍ଠ ଦେୱାନୀ ବିଚାରପତି ସ୍ୱୟଂ ପ୍ରକାଶ ଦାଶ, ବରିଷ୍ଠ ଦେୱାନୀ ବିଚାରପତି (ମହିଳା ଅଦାଲତ), ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡଧିକରି ହରମୋହନ ଦାଶ, କନିଷ୍ଠ ବିଭାଗ ଦେୱାନୀ ବିଚାରପତି ଦେବଦତ୍ତ ଜେନା, ଅତିରିକ୍ତ ଶ୍ରମ ଅଧିକାରୀ ଚୈତନ୍ୟ ମାଝୀ ଓ ଅନନ୍ତ କୁମାର ମୁଦୁଲି, ପ୍ରମୋଦ କୁମାର ଦାସ, ସୁଭଂଶି ମୋନଜମାଲା ଦୀନବନ୍ଧୁ, ଓକିଲ ରାଜେନ୍ଦ୍ର କୁମାର ଗଣ୍ଡା, ପାରା ଲିଗାଲ ସ୍ୱେଚ୍ଛାସେବୀ ଓ ୮୦ ଜଣ ଶ୍ରମିକ ନିଜ କର୍ମ କ୍ଷେତ୍ରରୁ ଫେରି ଏହି ଶିବିରରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରମିକର ଅଧିକାର, କର୍ତ୍ତବ୍ୟ ସହିତ କିପରି ଭାବେ ଗୋଟିଏ ଶ୍ରମିକ ସରକାରୀ ଯୋଜନାରୁ ଉପକୃତ ହେବେ ଏବଂ ଶ୍ରମିକରୁ ଉଦ୍ୟୋଗ ହେବେ ସେହି ସମନ୍ଧରେ ଅତିଥି ଗଣ ଶ୍ରମିକ ମାନଙ୍କୁ ଆଲୋକପାତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande