ବିଜେଡିରୁ ନିଲମ୍ବିତ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ସାକ୍ଷାତ କଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ
ଭୁବନେଶ୍ୱର, 02 ମେ (ହି.ସ.)- ରାଜ୍ୟସଭା ସାଂସଦ ଦିଲୀପ ରାୟ ଶନିବାର କଟକର ମହାନଦୀ ବିହାର ଅଞ୍ଚଳରେ ଥିବା ନିଲମ୍ବିତ ବିଜେଡି ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ଦିଲ୍ଲୀପ ରାୟ ସୌଭିକ ବିଶ୍ୱାଳ ଓ ତାଙ୍କ ପିତା, ପୂର୍ବତନ
ବିଜେଡିରୁ ନିଲମ୍ବିତ     ବିଧାୟକ ସୌଭିକ ବିଶ୍ୱାଳଙ୍କୁ ସାକ୍ଷାତ କଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ


ଭୁବନେଶ୍ୱର, 02 ମେ (ହି.ସ.)- ରାଜ୍ୟସଭା

ସାଂସଦ ଦିଲୀପ ରାୟ ଶନିବାର କଟକର ମହାନଦୀ ବିହାର ଅଞ୍ଚଳରେ ଥିବା ନିଲମ୍ବିତ ବିଜେଡି ବିଧାୟକ

ସୌଭିକ ବିଶ୍ୱାଳଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି।

ଏହି ସମୟରେ ଦିଲ୍ଲୀପ ରାୟ

ସୌଭିକ ବିଶ୍ୱାଳ ଓ ତାଙ୍କ ପିତା, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସହିତ ଭେଟି ଆଲୋଚନା

କରିଥିଲେ। ଏହି ବୈଠକରେ କ’ଣ ଆଲୋଚନା ହୋଇଥିଲା ବୋଲି କୌଣସି ଔପଚାରିକ ବିବୃତ୍ତି ଜାରି ହୋଇନାହିଁ ।ତଥାପି ଏହି ଭେଟିଘାଟ ରାଜ୍ୟର ରାଜନୈତିକ ଚର୍ଚ୍ଚାକୁ ଜୋର

କରିଦେଇଛି।

ନିଟକରେ ହୋଇଥିବା

ରାଜ୍ୟସଭା ନିର୍ବାଚନରେ ସୌଭିକ ବିଶ୍ୱାଳଙ୍କ ଦ୍ୱାରା ଦିଲୀପ ରାୟଙ୍କୁ ଦିଆଯାଇଥିବା ସମର୍ଥନକୁ

ଦୃଷ୍ଟିରେ ରଖି ଏହି ଭେଟିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଉଛି। ବୈଠକର ବିବରଣୀ ସାମ୍ନାକୁ

ଆସିନଥିବା ସତ୍ତ୍ୱେ ମଧ୍ୟ, ଏହାକୁ ସମ୍ଭାବ୍ୟ ରାଜନୈତିକ ସମୀକରଣ ଓ ଭବିଷ୍ୟତ ରଣନୀତି ସହିତ ଯୋଡି ଦେଖାଯାଉଛି।

ଏହା ପୂର୍ବରୁ, ୨୭ ଏପ୍ରିଲରେ ଦିଲୀପ ରାୟ

କଟକରେ ମହମ୍ମଦ ମୋକିମଙ୍କ ଘରକୁ ମଧ୍ୟ ଯାଇଥିଲେ। ସେଠାରେ ବାରାବାଟୀ-କଟକ ବିଧାୟିକା ସୋଫିଆ

ଫିରଦୌସଙ୍କ ଉପସ୍ଥିତିରେ ସେ ଦୁଇ ନେତାଙ୍କୁ ରାଜ୍ୟସଭା ନିର୍ବାଚନରେ ସମର୍ଥନ ପାଇଁ ଧନ୍ୟବାଦ

ଜଣାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande