
ଭୁବନେଶ୍ୱର, 02 ମେ (ହି.ସ.)- ସମ୍ଭାବ୍ୟ
ବାତ୍ୟା ଆକଳନ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି
ଯେ, ବାତ୍ୟା, ବନ୍ୟା
ଏବଂ ହିଟ୍ ୱେଭ ପ୍ରବଣ ରାଜ୍ୟ ହେଉଛି ଓଡ଼ିଶା । ଏପ୍ରିଲ ମାସ ସନ୍ଧ୍ୟାରେ ଝଡ଼ ବି ହୁଏ, ମେ’ରେ ବାତ୍ୟା ହେବା ସମ୍ଭାବନା ଥାଏ । ବନ୍ୟା, ବାତ୍ୟା ଆସିଲେ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ । ବାତ୍ୟା ଆକଳନ
କରିଥିବା ଏଜେନ୍ସି ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ଲଘୁଚାପ
ନେଇ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ଆକଳନ କରିଛି । ୧୧ରୁ ୧୫ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ
ସୃଷ୍ଟି ହେବା ସମ୍ଭାବନା ରହିଛି ।ଅଧିକ ଘନୀଭୂତ ହୋଇ ସାଇକ୍ଲୋନ ଜେନିସିସର ରୂପ ନେବାର ଆଶଙ୍କା ରହିଛି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା