ଆଜି ବାହାରିବ ମାଟ୍ରିକ ରେଜଲ୍ଟ
ଭୁବନେଶ୍ୱର, 02 ମେ (ହି.ସ.)-ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଅପରାହ୍ନ ୪ଟାରେ କଟକ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହେବ। ଏନେଇ ସୂଚନା ଦେଇ ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରେଇ। ଏକା ସାଙ୍ଗରେ ବାର୍ଷିକ ହ
ଆଜି ବାହାରିବ ମାଟ୍ରିକ     ରେଜଲ୍ଟ


ଭୁବନେଶ୍ୱର, 02 ମେ (ହି.ସ.)-ଆଜି ପ୍ରକାଶ ପାଇବ

ମାଟ୍ରିକ ପରୀକ୍ଷା ଫଳ। ଅପରାହ୍ନ ୪ଟାରେ କଟକ

ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହେବ। ଏନେଇ ସୂଚନା ଦେଇ

ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରେଇ।

ଏକା ସାଙ୍ଗରେ ବାର୍ଷିକ

ହାଇସ୍କୁଲ ସାର୍ଟିଫିକେଟ୍, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଏବଂ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇବ।

ପରୀକ୍ଷାର୍ଥୀମାନେ ସନ୍ଧ୍ୟା ୬ଟା ପରଠାରୁ ବୋର୍ଡ ଅଫିସିଆଲ୍ ୱେବସାଇଟ୍ କୁ ଯାଇ ନିଜର ରୋଲ୍

ନମ୍ବର ଦେଇ ରେଜଲ୍ଟ ଦେଖିପାରିବେ।

ଛାତ୍ରଛାତ୍ରୀମାନେ ମେସେଜମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିପାରିବେ। ପ୍ରଥମଥର ପାଇଁ ଓଡ଼ିଆ ଓ

ଇଂରାଜୀ ଉଭୟ ଭାଷାରେ ସାର୍ଟିଫିକେଟ ବ୍ୟବସ୍ଥା କରିଛି ବୋର୍ଡ଼।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande