୯୫.୪୨% ସଫଳତା : ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଲକାନଗିରିର କୃତିତ୍ଵ
ମାଲକାନଗିରି, ୨୧ ମଇ (ହି.ସ.)- ମାଲକାନଗିରି ଭଳି ଏକ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ନାରୀଶିକ୍ଷାର ପ୍ରଚାର ପ୍ରସାରରେ ଜିଲ୍ଲାର ଏକମାତ୍ର “ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଲକାନଗିରି” ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛି । ବିଦ୍ୟାଳୟର ଉନ୍ନତ ଶିକ୍ଷାଦାନ ପଦ୍ଧତି, ଶୃଙ୍ଖଳିତ ପରିବ
୯୫.୪୨% ସଫଳତା : ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,


୯୫.୪୨% ସଫଳତା : ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଲକାନଗିରିର କୃତିତ୍ୱ


ମାଲକାନଗିରି, ୨୧ ମଇ (ହି.ସ.)- ମାଲକାନଗିରି ଭଳି ଏକ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ନାରୀଶିକ୍ଷାର ପ୍ରଚାର ପ୍ରସାରରେ ଜିଲ୍ଲାର ଏକମାତ୍ର “ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଲକାନଗିରି” ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛି । ବିଦ୍ୟାଳୟର ଉନ୍ନତ ଶିକ୍ଷାଦାନ ପଦ୍ଧତି, ଶୃଙ୍ଖଳିତ ପରିବେଶ, ରହଣି ବ୍ୟବସ୍ଥା ଓ ଗମନାଗମନ ସୁବିଧା କାରଣରୁ ଜିଲ୍ଲାର ଅଧିକାଂଶ ଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ଏହି ମହିଳା ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି ।

ଅଭିଭାବକ ଓ ଛାତ୍ରୀମାନଙ୍କ ଦୀର୍ଘଦିନର ଦାବିକୁ ଦୃଷ୍ଟିରେ ରଖି ବିଗତ ବର୍ଷ ବିଦ୍ୟାଳୟର ସିଟ୍ ସଂଖ୍ୟା ବୃଦ୍ଧି ପାଇ ୪୧୬ କୁ ପହଞ୍ଚିଥିବା ଜଣାପଡ଼ିଛି । ନୂତନ ପିଢ଼ୀର ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ନୂତନ ବିଷୟ ଖୋଲିବା ପାଇଁ ମଧ୍ୟ ଦାବି ଜୋର ଧରିଛି ।

ଚଳିତ ବର୍ଷ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମୋଟ ୩୫୦ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୩୪ ଜଣ ଉତ୍ତୀର୍ଣ୍ଣ ହୋଇ ୯୫.୪୨% ସଫଳତା ହାର ରେକର୍ଡ କରିଛନ୍ତି । ୯୭ ଜଣ ପ୍ରଥମ ଶ୍ରେଣୀ, ୧୧୫ ଜଣ ଦ୍ୱିତୀୟ ଶ୍ରେଣୀ ଓ ୧୨୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷାରେ କୁ. ପ୍ରତିଭା ରାଣୀ ନାୟକ ୫୦୯ ନମ୍ବର ରଖି ବିଦ୍ୟାଳୟର ସର୍ବୋଚ୍ଚ ମାର୍କ ଧାରୀ ହୋଇପାରିଛନ୍ତି । ଏହି ସଫଳତାକୁ ନେଇ ଛାତ୍ରୀ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା ସମସ୍ତ କୃତୀ ଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି ।

ଏହି ଅବସରରେ ଜିଲ୍ଲାର ଏକମାତ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସରକାରୀକରଣ କରି ସରକାରଙ୍କ ହାତକୁ ନେବା ପାଇଁ ସାଧାରଣରେ ଦାବି ଜୋର ଧରିଛି । ନାରୀଶିକ୍ଷାର ବିକାଶ ସହ ଉପାନ୍ତ ଅଞ୍ଚଳର ଝିଅମାନଙ୍କୁ ଉଚ୍ଚଶିକ୍ଷା ମାର୍ଗରେ ଆଗେଇ ନେବାରେ ଏହି ଅନୁଷ୍ଠାନ ଏକ ପ୍ରେରଣା ପାଲଟିଥିବା ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande