ତାମିଲନାଡ଼ୁ କ୍ୟାବିନେଟ ସମ୍ପ୍ରସାରଣ : ବିସିକେ, ଆଇୟୁଏମଏଲକୁ ମିଳିଲା ପ୍ରତିନିଧିତ୍ଵ
ଚେନ୍ନାଇ, ୨୨ ମଇ (ହି.ସ.)- ତାମିଲନାଡ଼ୁରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟଙ୍କ ନେତୃତ୍ୱାଧୀନ ସରକାରରେ ଆଉ ଏକ କ୍ୟାବିନେଟ ସମ୍ପ୍ରସାରଣ ହୋଇଥିଲା । ମେଂଟ ସହଯୋଗୀ ବିଦୁଥଲାଇ ଚିରୁଥାଇଗଲ କାଚ୍ଚି (ବିସିକେ) ନେତା ବନ୍ନି ଆରାସୁ ଏବଂ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମଏଲ) ର ଶାଜା
ତାମିଲନାଡ଼ୁ କ୍ୟାବିନେଟ ସମ୍ପ୍ରସାରଣ : ବିସିକେ, ଆଇୟୁଏମଏଲକୁ ମିଳିଲା ପ୍ରତିନିଧିତ୍ଵ


ଚେନ୍ନାଇ, ୨୨ ମଇ (ହି.ସ.)- ତାମିଲନାଡ଼ୁରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟଙ୍କ ନେତୃତ୍ୱାଧୀନ ସରକାରରେ ଆଉ ଏକ କ୍ୟାବିନେଟ ସମ୍ପ୍ରସାରଣ ହୋଇଥିଲା । ମେଂଟ ସହଯୋଗୀ ବିଦୁଥଲାଇ ଚିରୁଥାଇଗଲ କାଚ୍ଚି (ବିସିକେ) ନେତା ବନ୍ନି ଆରାସୁ ଏବଂ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମଏଲ) ର ଶାଜାହାନ୍ ନୂତନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

ତାମିଲନାଡ଼ୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଚେନ୍ନାଇର ଗିଣ୍ଡି ସ୍ଥିତ ରାଜଭବନରେ ଆୟୋଜିତ ଏକ ଶପଥ ଗ୍ରହଣ ସମାରୋହରେ ଦୁଇ ନେତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ । ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟଙ୍କ ସମେତ ସରକାର ଏବଂ ମେଂଟ ଦଳର ଅନେକ ବରିଷ୍ଠ ନେତା ଏହି ସମାରୋହରେ ଉପସ୍ଥିତ ଥିଲେ ।

ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ତାମିଲଗା ବେତ୍ରି କଡ଼ଗମ (ଟିବିକେ)କୁ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ମିଳି ନଥିଲା । ଏହାପରେ ଦଳ ସହଯୋଗୀଙ୍କ ସମର୍ଥନରେ ସରକାର ଗଠନ କରିଥିଲା । ସରକାର ଗଠନ ହେବା ଦିନଠାରୁ ସହଯୋଗୀ ଦଳଗୁଡ଼ିକୁ କ୍ୟାବିନେଟରେ ପ୍ରତିନିଧିତ୍ୱ ଦେବାକୁ ଦାବି ହେଉଥିଲା ।

ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟଙ୍କ ସମେତ ଦଶ ଜଣ ମନ୍ତ୍ରୀ ମଇ୧୦ ତାରିଖରେ ଶପଥ ଗ୍ରହଣ କରିଥିଲେ । ଏହା ପରେ ଆଉ ୨୩ ଜଣ ମନ୍ତ୍ରୀଙ୍କୁ ସାମିଲ୍ କରିବା ସହିତ ମଇ ୨୧ ରେ ମନ୍ତ୍ରୀ ପରିଷଦର ସମ୍ପ୍ରସାରଣ କରାଯାଇଥିଲା । ଏବେ ବି. ସି. କେ. ଏବଂ ଆଇ. ୟୁ. ଏମ୍. ଏଲ୍. କୁ ମଧ୍ୟ କ୍ୟାବିନେଟରେ ସ୍ଥାନିତ କରି ମେଂଟକୁ ସନ୍ତୁଳିତ କରିବାର ପ୍ରୟାସ କରାଯାଇଛି ।

ତାମିଲନାଡ଼ୁ ବିଧାନସଭାରେ ମୋଟ୍ ୨୩୪ଟି ଆସନ ରହିଛି, ଯାହା ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସର୍ବାଧିକ ୩୫ ଜଣ ମନ୍ତ୍ରୀ ହୋଇପାରିବେ । ପୂର୍ବରୁ ଦୁଇ ଜଣ କଂଗ୍ରେସ ନେତାଙ୍କୁ କ୍ୟାବିନେଟରେ ସାମିଲ୍ କରାଯାଇଛି । ଏବେ, ବି. ସି. କେ. ଏବଂ ଆଇ. ୟୁ. ଏମ୍. ଏଲ୍. ର ପ୍ରତିନିଧିତ୍ୱ ମିଳିବା ସହିତ, ମେଣ୍ଟ ସହଯୋଗୀମାନଙ୍କ ଅଂଶଗ୍ରହଣ ଆହୁରି ସୁଦୃଢ଼ ହୋଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବୁଧବାର ଦିନ ୨୩ ଜଣ ମନ୍ତ୍ରୀଙ୍କ ବିଭାଗ ଘୋଷଣା ସମୟରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଏବଂ ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ କୌଣସି ମନ୍ତ୍ରୀଙ୍କୁ ଆବଂଟନ କରାଯାଇ ନଥିଲା । ଏଭଳି ପରିସ୍ଥିତିରେ ରାଜନୈତିକ କ୍ଷେତ୍ରରେ ଆଲୋଚନା ହେଉଛି ଯେ ବନ୍ନି ଆରାସୁ ଏବଂ ଶାଜାହାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରାଯାଇପାରେ ।

ଦୁଇ ନେତା ଶପଥ ଗ୍ରହଣ କରିବା ପରେ, ସେମାନଙ୍କ ବିଭାଗ ବିଷୟରେ ଏକ ଆନୁଷ୍ଠାନିକ ଘୋଷଣା ଶୀଘ୍ର ଆଶା କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande