ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ଅମିତ ଶାହ
ନୂଆଦିଲ୍ଲୀ, 25 ମଇ (ହିସ.) କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବେ ଏବଂ ସୀମା ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ଉଚ୍ଚସ୍ତରୀୟ ବୈଠକ କରିବେ। ଏହି ସମୟରେ ସେ ସୁରକ୍ଷା ବାହିନୀର ଯବାନମାନ
केंद्रीय गृह मंत्री अमित शाह (फाइल फोटो)


ନୂଆଦିଲ୍ଲୀ, 25 ମଇ (ହିସ.) କେନ୍ଦ୍ର

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ସୀମାନ୍ତ ଅଞ୍ଚଳ

ପରିଦର୍ଶନ କରିବେ ଏବଂ ସୀମା ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ଉଚ୍ଚସ୍ତରୀୟ ବୈଠକ କରିବେ। ଏହି

ସମୟରେ ସେ ସୁରକ୍ଷା ବାହିନୀର ଯବାନମାନଙ୍କ ସହ କଥାବାର୍ତ୍ତା କରିବା ସହିତ ସୀମାବର୍ତ୍ତୀ

ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିବେ।

ଗୃହମନ୍ତ୍ରୀ

ଅମିତ ଶାହାଙ୍କ କାର୍ଯ୍ୟାଳୟ ଅନୁଯାୟୀ,

ସ୍ୱରାଷ୍ଟ୍ର ମନ୍ତ୍ରୀ ବିକାନେର ପହଂଚିବା ପରେ ମଙ୍ଗଳବାର ସକାଳେ ସୀମା ସୁରକ୍ଷା ବାହିନୀ (ବି. ଏସ୍. ଏଫ୍.) ର ସୀମା

ଆଉଟ୍ପୋଷ୍ଟ ସାଞ୍ଚୁ ପରିଦର୍ଶନ କରିବେ। ସେଠାରେ ସେ ଯବାନମାନଙ୍କ ସହ ଭାବ ବିନିମୟ କରିବେ ଏବଂ

ସୁରକ୍ଷା ବାହିନୀ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଉଦଘାଟନ କରିବେ।

ଏହା ପରେ

ଅପରାହ୍ନ 2ଟାରେ

ବିକାନେରରେ ସୀମାବର୍ତ୍ତୀ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି

ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ,

ରାଜସ୍ଥାନ ସରକାର ଏବଂ ବି. ଏସ୍. ଏଫ୍. ର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ରାଜସ୍ଥାନର

ପାଞ୍ଚଟି ସୀମାନ୍ତ ଜିଲ୍ଲାର ଜିଲ୍ଲା ଅଧିକାରୀ ଏବଂ ପୋଲିସ ଅଧୀକ୍ଷକ ମଧ୍ୟ ଉପସ୍ଥିତ ରହିବେ।

ସ୍ୱରାଷ୍ଟ୍ର ମନ୍ତ୍ରୀ

29 ମଇ ଦିନ ଗୁଜରାଟର ଭୁଜ ଗସ୍ତ

କରିବେ। ଏହି ସମୟରେ ସେ ବି. ଏସ୍. ଏଫ୍. ର ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରିବେ ଏବଂ ରଣନୈତିକ

ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନାଲା

ଅଞ୍ଚଳ ମଧ୍ୟ ପରିଦର୍ଶନ କରିବେ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande