
ନୂଆଦିଲ୍ଲୀ, ୨୫ ମଇ (ହିସ) କେନ୍ଦ୍ର ସରକାର ସୋମବାର ଦିନ କହିଛନ୍ତି ଯେ ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ଅଶୋଧିତ ତୈଳ, ଏଲପିଜି ଏବଂ ପ୍ରାକୃତିକ ଗ୍ୟାସ ଆମଦାନୀକୁ ପ୍ରଭାବିତ କରିଛି, କିନ୍ତୁ ଦେଶରେ ପେଟ୍ରୋଲିୟମ ଉତ୍ପାଦର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଜାରି ରହିଛି। ସରକାର କହିଛନ୍ତି ଯେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏକ ଆନ୍ତଃମନ୍ତ୍ରାଳୟସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ଆମର ଆମଦାନୀକୁ ପ୍ରଭାବିତ କରିଛି, ଯେଉଁଥିରେ ପ୍ରାୟ ୪୦% ଅଶୋଧିତ ତୈଳ, ୯୦% ଏଲପିଜି ଏବଂ ପ୍ରାୟ ୬୫% ପ୍ରାକୃତିକ ଗ୍ୟାସ ଅନ୍ତର୍ଭୁକ୍ତ। ସେ ଆହୁରି କହିଛନ୍ତି ଯେ ରିଫାଇନାରୀଗୁଡ଼ିକରେ ଏଲପିଜି ଉତ୍ପାଦନ ବୃଦ୍ଧି ପାଇଛି ଏବଂ ବର୍ତମାନ ପ୍ରତିଦିନ ପ୍ରାୟ ୫୦,୦୦୦ ଟନ୍ ରେ ପହଂଚିଛି। ପିଏନଜି ସଂଯୋଗ ସମ୍ପର୍କରେ, ସେ କହିଛନ୍ତି ଯେ ୭.୯୯ ଲକ୍ଷ ସଂଯୋଗକୁ ଗ୍ୟାସ ଯୋଗାଣ କରାଯାଇଛି। ପ୍ରାୟ ୨.୮୭ ଲକ୍ଷ ସଂଯୋଗ ଗ୍ୟାସ ଯୋଗାଣ ପାଇଁ ପ୍ରସ୍ତୁତ, କାରଣ ଆବଶ୍ୟକୀୟ ଭିତିଭୂମି ପୂର୍ବରୁ ପ୍ରତିଷ୍ଠା ହୋଇସାରିଛି, ଏବଂ ୮.୨୭ ଲକ୍ଷରୁ ଅଧିକ ଗ୍ରାହକ ପିଏନଜି ସଂଯୋଗ ପାଇଁ ପଞ୍ଜୀକୃତ କରିଛନ୍ତି।
-----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ