ତେଲେଙ୍ଗାନାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୧୬ ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଘୋଷଣା କଲେ ସରକାର
ହାଇଦ୍ରାବାଦ, ମେ ୨୩ (ହି.ସ.) - ତେଲେଙ୍ଗାନାରେ ଭୀଷଣ ହିଟ୍ ୱେଭ ଯୋଗୁଁ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟର ସାତଟି ଭିନ୍ନ ଭିନ୍ନ ଜିଲ୍ଲାରୁ ଏହି ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାଜ୍ୟ ରାଜସ୍ୱ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ଏହି ସୂଚନା ଦେଇଛନ୍ତି । ରାଜ୍ୟ ସରକାର ମୃତକଙ
ତେଲେଙ୍ଗାନାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୧୬ ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଘୋଷଣା କଲେ ସରକାର


ହାଇଦ୍ରାବାଦ, ମେ ୨୩ (ହି.ସ.) - ତେଲେଙ୍ଗାନାରେ ଭୀଷଣ ହିଟ୍ ୱେଭ ଯୋଗୁଁ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟର ସାତଟି ଭିନ୍ନ ଭିନ୍ନ ଜିଲ୍ଲାରୁ ଏହି ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାଜ୍ୟ ରାଜସ୍ୱ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ଏହି ସୂଚନା ଦେଇଛନ୍ତି । ରାଜ୍ୟ ସରକାର ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି ।

ଶନିବାର ତେଲେଙ୍ଗାନା ରାଜସ୍ୱ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ସଚିବାଳୟରେ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ଉତାପ ତରଙ୍ଗରୁ ଉପୁଜିଥିବା ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା । ଜୟଶଙ୍କର ଭୂପାଲପଲ୍ଲୀ ଜିଲ୍ଲାରେ ଚାରି ଜଣ, ୱାରାଙ୍ଗଲ ସହରାଂଚଳ, କରିମନଗର ଏବଂ ନିଜାମାବାଦରେ ତିନି ଜଣ ଲେଖାଏଁ, ଜୋଗୁଲାମ୍ବା ଗଡୱାଲ, ରଙ୍ଗାରେଡ୍ଡି ଏବଂ ସୂର୍ଯ୍ୟପେଟ୍ ଜିଲ୍ଲାରେ ଜଣେ ଲେଖାଏଁ ମୃତ୍ୟୁ ଘଟିଥିବା ମନ୍ତ୍ରୀ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande