ପେଟ୍ରୋଲିୟମ ଦର ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ଖର୍ଗେ, କହିଲେ ସଙ୍କଟ ମଧ୍ୟରେ ଲୋକଙ୍କୁ ଲୁଟ୍ କରାଯାଉଛି
ନୂଆଦିଲ୍ଲୀ, ୨୩ ମଇ (ହି.ସ.)- ପେଟ୍ରୋଲିୟମ ଉତ୍ପାଦ ମୂଲ୍ୟରେ କ୍ରମାଗତ ବୃଦ୍ଧିକୁ ନେଇ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ସତ୍ୱେ ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବା ପରିବର୍ତ
ପେଟ୍ରୋଲିୟମ ଦର ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ଖର୍ଗେ, କହିଲେ ସଙ୍କଟ ମଧ୍ୟରେ ଲୋକଙ୍କୁ ଲୁଟ୍ କରାଯାଉଛି


ନୂଆଦିଲ୍ଲୀ, ୨୩ ମଇ (ହି.ସ.)- ପେଟ୍ରୋଲିୟମ ଉତ୍ପାଦ ମୂଲ୍ୟରେ କ୍ରମାଗତ ବୃଦ୍ଧିକୁ ନେଇ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ସତ୍ୱେ ଜନସାଧାରଣଙ୍କୁ ଆଶ୍ୱସ୍ତି ଦେବା ପରିବର୍ତେ ପେଟ୍ରୋଲ, ଡିଜେଲ, ସିଏନଜି ଏବଂ ଏଲପିଜି ମୂଲ୍ୟ କ୍ରମାଗତ ବୃଦ୍ଧି କରି ସରକାର ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ବୋଝ ପକାଉଛନ୍ତି ।

ମଲ୍ଲିକାର୍ଜୁନ ଖଡଗେ ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ, ଗତ ଦଶ ଦିନ ମଧ୍ୟରେ ତୃତୀୟ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରାଯାଇଛି । ସେ କହିଛନ୍ତି ଯେ, ଭାରତରେ ଇନ୍ଧନ ମୂଲ୍ୟ ଅନ୍ୟ ଦେଶ ତୁଳନାରେ କମ୍ ବୋଲି ଯୁକ୍ତି କରି ସରକାର ନିଜ ଦାୟିତ୍ୱରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି, ଯେତେବେଳେ କି ସତ୍ୟ ହେଉଛି ଯେ ଅନ୍ୟ ଦେଶମାନେ ସଙ୍କଟ ସମୟରେ ନିଜ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଟିକସ ହ୍ରାସ ଏବଂ ରିଲିଫ ପ୍ୟାକେଜ୍ ଘୋଷଣା କରିଥିଲେ ।

ସେ କହିଥିଲେ ଯେ, ପଶ୍ଚିମ ଏସିଆରେ ଚାଲିଥିବା ଉତେଜନା ଏବଂ ବୈଶ୍ୱିକ ଆର୍ôଥକ ଅନିଶ୍ଚିତତା ସମୟରେ ଇଟାଲୀ, ଅଷ୍ଟ୍ରେଲିଆ, ଜର୍ମାନୀ, ବ୍ରିଟେନ ଏବଂ ଆୟର୍ଲାଣ୍ଡ ଭଳି ଦେଶ ଟିକସ ହ୍ରାସ କରି କିମ୍ବା ଇନ୍ଧନ ଉପରେ ରିହାତି ଦେଇ ଲୋକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଅପରପକ୍ଷରେ ଭାରତରେ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ପକେଟ ଉପରେ ପଡ଼ୁଛି ।

କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ଯେ, ମୁଦ୍ରାସ୍ଫୀତି ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟି ସାରିଛି ଏବଂ ପେଟ୍ରୋଲିୟମ ଉତ୍ପାଦ ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ପରିବହନ, ଖାଦ୍ୟ ସାମଗ୍ରୀ ଏବଂ ଦୈନନ୍ଦିନ ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବ । ସେ କହିଥିଲେ ଯେ, ମଧ୍ୟମ ବର୍ଗ, କୃଷକ, କ୍ଷୁଦ୍ର ବ୍ୟବସାୟୀ ଏବଂ ନିମ୍ନ ଆୟ ବର୍ଗ ସବୁଠାରୁ ଅଧିକ ପ୍ରଭାବିତ ହେବେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande