ଚାଷୀଙ୍କ ଜମିର ଜାଲ କାଗଜପତ୍ର ବ୍ୟବହାର କରି କୋଟି କୋଟି ଟଙ୍କାର ପ୍ରକଳ୍ପ ଚଳାଇବା ଅଭିଯୋଗରେ ଆଇସିଏଚବିଏସ ସଚିବ ଗିରଫ
ଜଳନ୍ଧର, ୨୨ ମଇ (ହି.ସ.)-ଚାଷୀଙ୍କ ଜମିର ଜାଲ ଡକ୍ୟୁମେଣ୍ଟ ତିଆରି କରି କୋଟି କୋଟି ଟଙ୍କାର ପ୍ରକଳ୍ପ ସ୍ଥାପନ କରିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଗ୍ରେଟର ମୋହାଲି ଏରିଆ ଡେଭଲପମେଣ୍ଟ ଅଥରିଟି ଏବଂ ଲ୍ୟାଣ୍ଡ ୟୁଜ୍ ଚେଞ୍ଜ (ସିଏଲୟୁ) ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ
ଚାଷୀଙ୍କ ଜମିର ଜାଲ କାଗଜପତ୍ର ବ୍ୟବହାର କରି କୋଟି କୋଟି ଟଙ୍କାର ପ୍ରକଳ୍ପ ଚଳାଇବା ଅଭିଯୋଗରେ ଆଇସିଏଚବିଏସ ସଚିବ ଗିରଫ


ଜଳନ୍ଧର, ୨୨ ମଇ (ହି.ସ.)-ଚାଷୀଙ୍କ ଜମିର ଜାଲ ଡକ୍ୟୁମେଣ୍ଟ ତିଆରି କରି କୋଟି କୋଟି ଟଙ୍କାର ପ୍ରକଳ୍ପ ସ୍ଥାପନ କରିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଗ୍ରେଟର ମୋହାଲି ଏରିଆ ଡେଭଲପମେଣ୍ଟ ଅଥରିଟି ଏବଂ ଲ୍ୟାଣ୍ଡ ୟୁଜ୍ ଚେଞ୍ଜ (ସିଏଲୟୁ) ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତୀୟ ସମବାୟ ଗୃହ ନିର୍ମାଣ ସମାଜ (ଆଇସିଏଚବିଏସ)ର ସଚିବ ଅଜୟ ସେହଗଲଙ୍କୁ ଏଠାରୁ ଗିରଫ କରିଛି।ଇଡି କହିଛି ଯେ ଏହି କାର୍ଯ୍ୟାନୁଷ୍ଠାନ ପଞ୍ଜାବ ପୋଲିସ ଦ୍ୱାରା ଦାୟର କରାଯାଇଥିବା ଏକ ଏଫଆଇଆର ଆଧାରରେ କରିଛି।ଚାଷୀମାନେ ଅଭିଯୋଗ କରିଥିଲେ ଯେ ସେମାନଙ୍କ ସମ୍ମତି ଜାଲିଆତି ଭାବରେ ସାଣ୍ଟେକ୍ ସିଟି ପ୍ରକଳ୍ପ ପାଇଁ ସିଏଲୟୁ ପାଇବା ପାଇଁ ପ୍ରତାରଣାମୂଳକ ଭାବରେ ସେମାନଙ୍କ ସମ୍ମତି ହାସଲ କରାଯାଇଛି।ତଦନ୍ତରୁ ଜଣାପଡ଼ିଛି ଯେ ଅଜୟ ସେହଗଲ ୧୫ ଜଣ ଚାଷୀଙ୍କର ୩୦.୫ ଏକର ଜମି ପାଇଁ ଜାଲ୍ ସମ୍ମତି ପତ୍ର ପ୍ରସ୍ତୁତ କରିଥିଲେ,ଯେଉଁଥିରେ ଚାଷୀମାନଙ୍କର ଦସ୍ତଖତ ,ଟିପ ଚିହ୍ନ ଜାଲିଆତି ଥିଲା।ଏହି ଦଲିଲଗୁଡ଼ିକୁ ଆଧାର କରି, ରିଅଲ୍ ଇଷ୍ଟେଟ୍ ମେଗା ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande