କର୍ଣ୍ଣାଟକରେ ନେତୃତ୍ଵ ପରିବର୍ତନର କଳ୍ପନାଜଳ୍ପନା ମଧ୍ୟରେ ଦିଲ୍ଲୀ ପହଂଚିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା
ନୂଆଦିଲ୍ଲୀ, ୨୫ ମଇ (ହି.ସ.)- କର୍ଣ୍ଣାଟକରେ କଂଗ୍ରେସ ସରକାରରେ ନେତୃତ୍ୱ ପରିବର୍ତନର କଳ୍ପନାଜଳ୍ପନା ମଧ୍ୟରେ, ଦଳର ନେତୃତ୍ୱର ନିମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସୋମବାର ଦିଲ୍ଲୀ ପହଂଚିଛନ୍ତି । ଦଳର ନେତୃତ୍ୱ ତାଙ୍କୁ ମଙ୍ଗଳବାର ଦିନ ଏକ ବୈଠକ ପାଇଁ ଡାକିଛନ୍ତି । ଏହା ପୁଣିଥରେ ରାଜ୍ୟର
କର୍ଣ୍ଣାଟକରେ ନେତୃତ୍ଵ ପରିବର୍ତନର କଳ୍ପନାଜଳ୍ପନା ମଧ୍ୟରେ ଦିଲ୍ଲୀ ପହଂଚିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା


ନୂଆଦିଲ୍ଲୀ, ୨୫ ମଇ (ହି.ସ.)- କର୍ଣ୍ଣାଟକରେ କଂଗ୍ରେସ ସରକାରରେ ନେତୃତ୍ୱ ପରିବର୍ତନର କଳ୍ପନାଜଳ୍ପନା ମଧ୍ୟରେ, ଦଳର ନେତୃତ୍ୱର ନିମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସୋମବାର ଦିଲ୍ଲୀ ପହଂଚିଛନ୍ତି । ଦଳର ନେତୃତ୍ୱ ତାଙ୍କୁ ମଙ୍ଗଳବାର ଦିନ ଏକ ବୈଠକ ପାଇଁ ଡାକିଛନ୍ତି । ଏହା ପୁଣିଥରେ ରାଜ୍ୟରେ ନେତୃତ୍ୱ ପରିବର୍ତନର କଳ୍ପନା ଜଳ୍ପନାର ସୂତ୍ରପାତ କରିଛି ।

ଦିଲ୍ଲୀରେ ପହଂଚିବା ପରେ ସିଦ୍ଧରମୈୟା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ତାଙ୍କୁ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ପୂର୍ବାହ୍ନ ୧୧ଟାରେ ଏକ ବୈଠକ ପାଇଁ ଡାକିଛନ୍ତି । ବୈଠକର ଏଜେଣ୍ଡା ତାଙ୍କୁ ଜଣାନାହିଁ ଏବଂ କଳ୍ପନାଜଳ୍ପନା ସର୍ବଦା ରହିଥାଏ ।

ଏହି ସମୟରେ କର୍ଣ୍ଣାଟକ କଂଗ୍ରେସ ନେତା ରମେଶ ବାବୁ କହିଛନ୍ତି ଯେ, ଏହି ବୈଠକ ନିୟମିତ କାର୍ଯ୍ୟର ଏକ ଅଂଶ । ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି ଏବଂ ଦଳକୁ ତିନି ଜଣ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ପଡିବ । ଏହା ବ୍ୟତୀତ ଆଉ କିଛି ଦିନ ମଧ୍ୟରେ ବିଧାନ ପରିଷଦ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ, ଯେଉଁଥିରେ ସାତ ଜଣ ସଦସ୍ୟ ଚୟନ କରିବାକୁ ହେବ । ଏଥି ସହିତ କର୍ଣ୍ଣାଟକ ବିଧାନସଭାର ଏକ ଅଧିବେଶନ ଡକାଯିବ । ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ଡକାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande