କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଙ୍କ ଦୁଇ ଦିନିଆ  ଗୁଜରାଟ ଗସ୍ତ ଆସନ୍ତା କାଲି ଠାରୁ
ଗାନ୍ଧୀନଗର, 27 ମଇ (ହି.ସ) କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା କାଲି ଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ବିଭିନ୍ନ ବିକାଶ ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ସାଂଗଠନିକ ଏବଂ ସମୀକ୍ଷା ବୈଠକରେ ଯୋଗ ଦେବେ ଏହି କାର୍ଯ୍ୟକ
amit shah


ଗାନ୍ଧୀନଗର, 27 ମଇ (ହି.ସ) କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା କାଲି ଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ବିଭିନ୍ନ ବିକାଶ ପ୍ରକଳ୍ପର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ସାଂଗଠନିକ ଏବଂ ସମୀକ୍ଷା ବୈଠକରେ ଯୋଗ ଦେବେ

ଏହି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ, ଗାନ୍ଧୀନଗରର ବଦ୍ସରଠାରେ ଅମିତ ଶାହ ଆନନ୍ଦମ ପରିବାରର ସି. ଏସ୍. ଆର୍. ପାଣ୍ଠିରେ ନିର୍ମିତ ଜେ଼ଡବା ପୋଖରୀକୁ ଲୋକାର୍ପଣ କରିବେ। ସେ ବଡ଼ସର, ଜଲୁଣ୍ଡ ଏବଂ ସର୍ଧବ ଠାରେ ଟୟୋଟା କିର୍ଲୋସ୍କର ମୋଟରର ସିଏସଆର ପାଣ୍ଠିରେ ନିର୍ମିତ ନୂତନ ପଠନ ପ୍ରକୋଷ୍ଠର ମଧ୍ୟ ଉଦଘାଟନ କରିବେ। ଖତରୋଜରେ ପୋଖରୀ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ନବନିର୍ମିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଉଦଘାଟନ ମଧ୍ୟ କରାଯିବ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande