ରାଜ୍ୟ ରାଜନୀତିରେ ସକ୍ରିୟ ରହିବେ- ସିଦ୍ଧରମୈୟା
ବେଙ୍ଗାଲୁରୁ, ୨୮ ମଇ(ହି.ସ.) – କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ କଂଗ୍ରେସ ନେତା ସିଦ୍ଧରମୈୟା ସ୍ପଷ୍ଟ କରିଛନ୍ତି ଯେ ସମ୍ବିଧାନ ଏବଂ ସାମ୍ପ୍ରଦାୟିକ ଶକ୍ତି ଉପରେ ଆକ୍ରମଣ ବିରୋଧରେ ସେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢ଼ିବେ। ସେ କହିଛନ୍ତି ଯେ ସେ ପଦବୀ ଛାଡ଼ିବା ପରେ ମଧ୍ୟ ରାଜ୍ୟ ରାଜନ
ରାଜ୍ୟ ରାଜନୀତିରେ ସକ୍ରିୟ ରହିବେ- ସିଦ୍ଧରମୈୟା


ବେଙ୍ଗାଲୁରୁ, ୨୮ ମଇ(ହି.ସ.) – କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ କଂଗ୍ରେସ ନେତା ସିଦ୍ଧରମୈୟା ସ୍ପଷ୍ଟ କରିଛନ୍ତି ଯେ ସମ୍ବିଧାନ ଏବଂ ସାମ୍ପ୍ରଦାୟିକ ଶକ୍ତି ଉପରେ ଆକ୍ରମଣ ବିରୋଧରେ ସେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢ଼ିବେ। ସେ କହିଛନ୍ତି ଯେ ସେ ପଦବୀ ଛାଡ଼ିବା ପରେ ମଧ୍ୟ ରାଜ୍ୟ ରାଜନୀତିରେ ସକ୍ରିୟ ରହିବେ।

କଂଗ୍ରେସ ନେତା ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ତାଙ୍କ ଭବିଷ୍ୟତ ରାଜନୀତି ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ସିଦ୍ଧରମୈୟା ରାଜନୈତିକ ଜୀବନ, ସମ୍ବିଧାନ ଉପରେ ବିଶ୍ୱାସ ଏବଂ ସାମାଜିକ ନ୍ୟାୟ ପ୍ରତି ପ୍ରତିବଦ୍ଧତା ବିଷୟରେ ଉତ୍ସାହର ସହିତ କହିଥିଲେ। ସିଦ୍ଧରମୈୟା ସୂଚନା ଦେଇଛନ୍ତି ଯେ ରାଜ୍ୟପାଳଙ୍କ ଅନୁପସ୍ଥିତିରେ ସେ ତାଙ୍କ ସଚିବଙ୍କୁ ତାଙ୍କ ଇସ୍ତଫା ଦାଖଲ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟପାଳ ସହରରେ ନାହାଁନ୍ତି, ଯାହା ରାଜଭବନ ଦ୍ୱାରା ରିପୋର୍ଟ କରାଯାଇଛି। ତେଣୁ ମୁଁ ତାଙ୍କ ସଚିବଙ୍କୁ ମୋର ଇସ୍ତଫା ପତ୍ର ପ୍ରଦାନ କରିଛି। ମୋର ବିଶ୍ୱାସ ଯେ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ମୋର ଇସ୍ତଫା ଗ୍ରହଣ କରାଯିବ।

ମୁଁ ଅତୀତରେ କହିଆସିଛି ଯେ ଯେତେବେଳେ ହାଇକମାଣ୍ଡ ନିର୍ଦ୍ଦେଶ ଦେବେ ମୁଁ ଇସ୍ତଫା ଦେବି- ସେ ସ୍ପଷ୍ଟ କରିଛନ୍ତି। ମୋତେ ଏହା କରିବାକୁ ନିର୍ଦ୍ଦେଶ ଦିଆଯିବା ମାତ୍ରେ ମୁଁ ମୋର ଇସ୍ତଫା ଦାଖଲ କଲି। ସେ ଏହା ମଧ୍ୟ କହିଛନ୍ତି ଯେ ପରବର୍ତୀ ମୁଖ୍ୟମନ୍ତ୍ରୀ ଚୟନ ଉପରେ ହାଇକମାଣ୍ଡ ନିଷ୍ପତି ନେବେ। ନିଜ ରାଜନୈତିକ ଯାତ୍ରାକୁ ମନେପକାଇ ସିଦ୍ଧରମୈୟା ଭାବବିହ୍ୱଳ ହୋଇଯାଇଥିଲେ। ମୁଁ ଗୋଟିଏ ଗାଁରୁ ଆସିଛି। ବିଧାୟକ କିମ୍ବା ମୁଖ୍ୟମନ୍ତ୍ରୀ ହେବା କଥା କେବେ ଭାବି ନଥିଲେ। ରାଜନୀତିରେ ପ୍ରବେଶ କରିବା ଏକ ଆକସ୍ମିକ ଘଟଣା ଥିଲା। ମୋ ପରିବାରରେ କେହି ରାଜନୀତିରେ ନଥିଲେ। ରାଜନୀତିରେ ପ୍ରବେଶ କରିବା ପରଠାରୁ ମୁଁ ବୁଦ୍ଧ, ବାସବାନ୍ନା, ଡକ୍ଟର ଆମ୍ବେଦକର ଏବଂ ମହାତ୍ମା ଗାନ୍ଧୀଙ୍କ ବିଚାରରେ ବିଶ୍ୱାସ କରିଛି। ସମ୍ବିଧାନ ହେଉଛି ଆମର ଧର୍ମ ଏବଂ ଭୋଟରମାନେ ହେଉଛନ୍ତି ଆମର ଆଦର୍ଶ। ସମାଜରେ ସମାନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ, କୁଭେମ୍ପୁଙ୍କ ସ୍ୱପ୍ନ ଅନୁଯାୟୀ ସମାଜ ଶାନ୍ତିର ଉଦ୍ୟାନ ହେବା ଉଚିତ। ସମସ୍ତଙ୍କୁ ସମାନ ସୁଯୋଗ ଦିଆଯିବା ଉଚିତ। ସୁଯୋଗର ଅଭାବ ହିଁ ଅସମାନତା ସୃଷ୍ଟି କରିଥାଏ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande