ଏସ୍.ଆଇ.ଆର୍. ଉପରେ ସୁପ୍ରିମକୋର୍ଟଙ୍କ ରାୟ ନିର୍ବାଚନ କମିଶନଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଲା କଂଗ୍ରେସ
ନୂଆଦିଲ୍ଲୀ, ୨୭ ମଇ(ହି.ସ.) – କଂଗ୍ରେସ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଭୋଟର ତାଲିକାର ସ୍ୱତନ୍ତ୍ର ଇଂଟେନ୍ସିଭ୍ ରିଭିସନ୍(ଏସ୍.ଆଇ.ଆର୍.) ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ନେଇ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ଏସ୍.ଆଇ.ଆର୍.ର
ଏସ୍.ଆଇ.ଆର୍. ଉପରେ ସୁପ୍ରିମକୋର୍ଟଙ୍କ ରାୟ ନିର୍ବାଚନ କମିଶନଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଲା କଂଗ୍ରେସ


ନୂଆଦିଲ୍ଲୀ, ୨୭ ମଇ(ହି.ସ.) – କଂଗ୍ରେସ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଭୋଟର ତାଲିକାର ସ୍ୱତନ୍ତ୍ର ଇଂଟେନ୍ସିଭ୍ ରିଭିସନ୍(ଏସ୍.ଆଇ.ଆର୍.) ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ନେଇ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ଏସ୍.ଆଇ.ଆର୍.ର ସାମ୍ବିଧାନିକ ବୈଧତାକୁ ସ୍ୱୀକାର କରିଛନ୍ତି, କିନ୍ତୁ ରାୟରେ ଅନେକ ପଏଂଟ ଅଛି ଯାହା ନିର୍ବାଚନ ଆୟୋଗଙ୍କ ପ୍ରକ୍ରିୟା ଏବଂ କାର୍ଯ୍ୟକାରିତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି।

ବୁଧବାର କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଂଘଭି କହିଛନ୍ତି ଯେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ନାଗରିକତ୍ୱ ନିଷ୍ପତି ନେବାର ଚୂଡ଼ାନ୍ତ ଅଧିକାର ନିର୍ବାଚନ ଆୟୋଗଙ୍କ ପାଖରେ ନାହିଁ। ନାଗରିକତା ଅଧିନିୟମ ଅନୁଯାୟୀ, ଏହି କ୍ଷମତା ସକ୍ଷମ କର୍ତୃପକ୍ଷଙ୍କ ପାଖରେ ରହିଛି-ଯେପରିକି ଗୃହ ମନ୍ତ୍ରଣାଳୟ। ଏହା ସତ୍ୱେ କୋଟି କୋଟି ଲୋକଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଥିଲା ଏବଂ ସେମାନଙ୍କ ମତଦାନ ଅଧିକାର ପ୍ରଭାବିତ ହୋଇଥିଲା।

ସେ କହିଛନ୍ତି ଯେ କୋର୍ଟଙ୍କ ରାୟର ଅନୁଚ୍ଛେଦ ୯୭ରୁ ୧୦୧ ପଢ଼ିବା ଦ୍ୱାରା ଏହା ସ୍ପଷ୍ଟ ହୁଏ ଯେ ଇସି ପ୍ରକ୍ରିୟାରେ ଗୁରୁତର ତ୍ରୁଟି ଥିଲା। ବିହାରରେ ୬୫ ଲକ୍ଷ ଭୋଟରଙ୍କୁ ହଟାଇଦେବା ଏବଂ ପରବର୍ତୀ ସମୟରେ ସେମାନଙ୍କ ନାମ ପୁନଃପ୍ରକାଶ ଉପରେ ସିଂଭି କହିଛନ୍ତି ଯେ ରାଜନୈତିକ ଦଳ ଏବଂ ଏନ୍ଜିଓ ଦ୍ୱାରା କୋର୍ଟରେ ଦାଖଲ ହୋଇଥିବା ପିଟିସନ୍ କାରଣରୁ ଏହି ସଂସ୍କାର ସମ୍ଭବ ହୋଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande