
ନୂଆଦିଲ୍ଲୀ, ୨୭ ମେ (ହି.ସ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ତାଙ୍କ 62ତମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି
ଆହ୍ଲାବାଦ (ବର୍ତ୍ତମାନ ପ୍ରୟାଗରାଜ) ରେ 14 ନଭେମ୍ବର 1889 ରେ ଜନ୍ମ ହୋଇଥିବା ନେହେରୁ 27 ମେ 1964 ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ନିଜ ମୃତ୍ୟୁ ପର୍ଯ୍ୟନ୍ତ କ୍ରମାଗତ ଭାବେ 16 ବର୍ଷ ଏବଂ 286 ଦିନ ଧରି ଦେଶର ନେତୃତ୍ୱ ନେଇଥିଲେ। ତାଙ୍କ ପୁସ୍ତକଗୁଡ଼ିକ ମଧ୍ୟରେ 'ଡିସ୍କଭରୀ ଅଫ୍ ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ କୃତି।
ନେହେରୁଙ୍କ ସମାଧି ସ୍ଥଳ ହେଉଛି ଶାନ୍ତି ବନ। ଏହା ନୂଆଦିଲ୍ଲୀର ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ (ରାଜଘାଟ) ର ଠିକ୍ ଉତ୍ତରରେ ରିଙ୍ଗ ରୋଡରେ ଯମୁନା ନଦୀ କୂଳରେ ଅବସ୍ଥିତ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା