

ମେ ୨୯ରେ ଦିଲ୍ଲୀରେ ଅବଶେଷର ସର୍ବସାଧାରଣ ଦର୍ଶନ, 31 ମେରେ ମଙ୍ଗୋଲିଆରେ ଐତିହାସିକ ପ୍ରଦର୍ଶନୀ
ଭୋପାଳ, ମେ 28 (ହି.ସ)। ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାର ବିଶ୍ୱ ଐତିହ୍ୟ ସାଞ୍ଚି ସ୍ତୁପରେ ରଖାଯାଇଥିବା ଭଗବାନ ବୁଦ୍ଧଙ୍କ ସର୍ବୋଚ୍ଚ ଶିଷ୍ୟ ଅରିହନ୍ତ, ସାରିପୁତ୍ର ଏବଂ ମହାମୋଦ୍ୟାୟନଙ୍କ ପବିତ୍ର ଅବଶେଷ ଗୁରୁବାର ଭୋପାଳରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଦିଲ୍ଲୀରେ ଶୁକ୍ରବାର ଦିନ ଏହି ଅବଶେଷଗୁଡ଼ିକୁ ସାର୍ବଜନୀନ କରାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱତନ୍ତ୍ର ଉଦ୍ୟମରେ ଭଗବାନ ବୁଦ୍ଧଙ୍କ ସର୍ବୋଚ୍ଚ ଶିଷ୍ୟ ଅରିହନ୍ତ, ସାରିପୁତ୍ର ଏବଂ ମହାମୋଦ୍ୟାୟଣଙ୍କ ପବିତ୍ର ଅବଶେଷ ସାଞ୍ଚି ସ୍ତୁପରୁ ଜନସାଧାରଣଙ୍କ ଦର୍ଶନ ପାଇଁ ମଙ୍ଗୋଲିଆ ପଠାଯାଉଛି ବୋଲି ମଧ୍ୟପ୍ରଦେଶର ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶିବ ଶେଖର ଶୁକ୍ଳା କହିଛନ୍ତି। ଭୋପାଳର ରାଜା ଭୋଜ ବିମାନବନ୍ଦରରେ ଆଜି ରାଜ୍ୟ ସମ୍ମାନ ସହିତ ଏକ ସ୍ୱତନ୍ତ୍ର ବିମାନରେ ପବିତ୍ର ଅବଶେଷ ନୂଆଦିଲ୍ଲୀକୁ ପଠାଯିବ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା