ମଣିପୁରର କାଙ୍ଗପୋକପିରେ ଗୁଳି ବିନିମୟ ଓ ଅଗ୍ନିକାଣ୍ଡ, ପାଂଚଟି ଘର ପୋଡ଼ି ପାଉଁଶ
କାଙ୍ଗପୋକପି (ମଣିପୁର), ୩୧ ମଇ (ହି.ସ.)- ମଣିପୁରର କାଙ୍ଗପୋକପି ଜିଲ୍ଲାର ଖାରାମ ଭାଇଫେଇ ଗ୍ରାମ ନିକଟରେ ୩୦ ତାରିଖ ରାତି ପ୍ରାୟ ୧ଟା ୪୫ ରେ ଅଜ୍ଞାତ ସଶସ୍ତ୍ର ଦୁର୍ବୃତଙ୍କ ଦ୍ୱାରା ଗୁଳି ଚାଳନା ଘଟଣା ଅଂଚଳରେ ଉତେଜନା ସୃଷ୍ଟି କରିଥିଲା । ପୋଲିସ ରବିବାର ଏନେଇ ସୂଚନା ଦେଇଛି ଯେ, ଏହି ଘଟଣା ସମୟରେ
ମଣିପୁରର କାଙ୍ଗପୋକପିରେ ଗୁଳି ବିନିମୟ ଓ ଅଗ୍ନିକାଣ୍ଡ, ପାଂଚଟି ଘର ପୋଡ଼ି ପାଉଁଶ


କାଙ୍ଗପୋକପି (ମଣିପୁର), ୩୧ ମଇ (ହି.ସ.)- ମଣିପୁରର କାଙ୍ଗପୋକପି ଜିଲ୍ଲାର ଖାରାମ ଭାଇଫେଇ ଗ୍ରାମ ନିକଟରେ ୩୦ ତାରିଖ ରାତି ପ୍ରାୟ ୧ଟା ୪୫ ରେ ଅଜ୍ଞାତ ସଶସ୍ତ୍ର ଦୁର୍ବୃତଙ୍କ ଦ୍ୱାରା ଗୁଳି ଚାଳନା ଘଟଣା ଅଂଚଳରେ ଉତେଜନା ସୃଷ୍ଟି କରିଥିଲା ।

ପୋଲିସ ରବିବାର ଏନେଇ ସୂଚନା ଦେଇଛି ଯେ, ଏହି ଘଟଣା ସମୟରେ ଗାଁର ପାଂଚଟି କଚ୍ଚା ଘରେ ନିଆଁ ଲଗାଇ ଦିଆଯାଇଥିଲା, ଯାହା ଫଳରେ ସେଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସୂଚନା ପାଇବା ପରେ ଜିଲ୍ଲା ପୋଲିସ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳକୁ ଯାଇ ମିଳିତ ଅପରେସନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ସମୟୋଚିତ କାର୍ଯ୍ୟାନୁଷ୍ଠାନ ପରିସ୍ଥିତିକୁ ଆହୁରି ଖରାପ ହେବାରୁ ରୋକିଥିଲା ।

ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande