ଆଇପିଏସ୍ ରାଜୀବ କ୍ରିଷ୍ଣା ଉତରପ୍ରଦେଶର ପୂର୍ଣ୍ଣକାଳୀନ ଡିଜିପି ଭାବରେ ନିଯୁକ୍ତ
ଲକ୍ଷ୍ନୌ, ୩୧ ମଇ(ହି.ସ.) – ଉତର ପ୍ରଦେଶକୁ ପ୍ରାୟ ଚାରି ବର୍ଷ ପରେ ଜଣେ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ମିଳିଛି। ରାଜ୍ୟ ସରକାର ୧୯୯୧ ବ୍ୟାଚ୍ ଆଇପିଏସ୍ ଏବଂ ବର୍ତମାନ କାର୍ଯ୍ୟନିର୍ବାହୀ ଡିଜିପି ରାଜୀବ କ୍ରିଷ୍ଣାଙ୍କୁ ଉତର ପ୍ରଦେଶର ପୂର୍ଣ୍ଣକାଳୀନ ଡିଜିପି ଭାବରେ ନିଯୁକ୍ତ କରିଛନ୍ତି। ରବିବାର ସନ
ଆଇପିଏସ୍ ରାଜୀବ କ୍ରିଷ୍ଣା ଉତରପ୍ରଦେଶର ପୂର୍ଣ୍ଣକାଳୀନ ଡିଜିପି ଭାବରେ ନିଯୁକ୍ତ


ଲକ୍ଷ୍ନୌ, ୩୧ ମଇ(ହି.ସ.) – ଉତର ପ୍ରଦେଶକୁ ପ୍ରାୟ ଚାରି ବର୍ଷ ପରେ ଜଣେ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ମିଳିଛି। ରାଜ୍ୟ ସରକାର ୧୯୯୧ ବ୍ୟାଚ୍ ଆଇପିଏସ୍ ଏବଂ ବର୍ତମାନ କାର୍ଯ୍ୟନିର୍ବାହୀ ଡିଜିପି ରାଜୀବ କ୍ରିଷ୍ଣାଙ୍କୁ ଉତର ପ୍ରଦେଶର ପୂର୍ଣ୍ଣକାଳୀନ ଡିଜିପି ଭାବରେ ନିଯୁକ୍ତ କରିଛନ୍ତି। ରବିବାର ସନ୍ଧ୍ୟାରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୟ ପ୍ରସାଦ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

୧୧ ମଇ ୨୦୨୨ରେ ରାଜ୍ୟ ସରକାର ତତ୍କାଳୀନ ଡିଜିପି ମୁକୁଲ୍ ଗୋୟଲଙ୍କୁ ତାଙ୍କ ପଦରୁ ହଟାଇ ଦେଇଥିଲେ। ଏହାପରେ ରାଜ୍ୟରେ କେବଳ କାର୍ଯ୍ୟକାରୀ ଡିଜିପିଙ୍କୁ ନିଯୁକ୍ତି ଦିଆଯାଉଥିଲା। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଆକ୍ରମଣ କରୁଛନ୍ତି।

ଏହାପୂର୍ବରୁ ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ(ୟୁପିଏସସି) ମଇ ୨୬ ରେ ଅନୁଷ୍ଠିତ ବୈଠକରେ ୧୯୯୦ ବ୍ୟାଚ୍ ଆଇପିଏସ୍ ରେଣୁକା ମିଶ୍ର, ୧୯୯୧ ବ୍ୟାଚ୍ ଆଇପିଏସ୍ ପୀୟୁଷ ଆନନ୍ଦ ଏବଂ ରାଜୀବ କ୍ରିଷ୍ଣାଙ୍କ ନାମ ପଠାଇଥିଲା। ଏହି ପ୍ୟାନେଲ ଉପରେ ପ୍ରଶାସନିକ ସ୍ତରରେ ବିଚାରବିମର୍ଶ କରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଣେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତିକୁ ଅନୁମୋଦନ କରି ବର୍ତମାନର କାର୍ଯ୍ୟକାରୀ ଡିଜିପି ରାଜୀବ କ୍ରିଷ୍ଣାଙ୍କ ନାମକୁ ଅନୁମୋଦନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande