ମୁଖ୍ୟମନ୍ତ୍ରୀ ଖାଣ୍ଡୁଙ୍କ ଇସ୍ତଫା ଖବର ମିଥ୍ୟା: ବିଜେପି
ଇଟାନଗର, ମେ ୩୧ (ହି.ସ.) - ଅରୁଣାଚଳ ପ୍ରଦେଶ ଭାରତୀୟ ଜନତା ପାର୍ଟି (ବିଜେପି) ରବିବାର ଦିନ ସୋସିଆଲ ମିଡିଆ ଏବଂ କିଛି ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରସାରିତ ରିପୋର୍ଟକୁ ଦୃଢ ଭାବରେ ଖଣ୍ଡନ କରିଛି ଯେଉଁଥିରେ ଦାବି କରାଯାଇଛି ଯେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ତାଙ୍କ ପଦରୁ ଇସ୍ତଫା ଦେବେ। ଏହି ରିପୋର୍ଟ
ମୁଖ୍ୟମନ୍ତ୍ରୀ ଖାଣ୍ଡୁଙ୍କ ଇସ୍ତଫା ଖବର ମିଥ୍ୟା: ବିଜେପି


ଇଟାନଗର, ମେ ୩୧ (ହି.ସ.) - ଅରୁଣାଚଳ ପ୍ରଦେଶ ଭାରତୀୟ ଜନତା ପାର୍ଟି (ବିଜେପି) ରବିବାର ଦିନ ସୋସିଆଲ ମିଡିଆ ଏବଂ କିଛି ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରସାରିତ ରିପୋର୍ଟକୁ ଦୃଢ ଭାବରେ ଖଣ୍ଡନ କରିଛି ଯେଉଁଥିରେ ଦାବି କରାଯାଇଛି ଯେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ତାଙ୍କ ପଦରୁ ଇସ୍ତଫା ଦେବେ। ଏହି ରିପୋର୍ଟକୁ ମିଥ୍ୟା ଖବର ବୋଲି ଅଭିହିତ କରି ବିଜେପି ଚେତାବନୀ ଦେଇଛି ଯେ କେନ୍ଦ୍ରୀୟ ବିଜେପି ସହିତ ଆଲୋଚନା ପରେ ଭୁଲ ସୂଚନା ବିସ୍ତାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରବିବାର ଇଟାନଗରରେ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ବିଜେପି ସଭାପତି କଲିଙ୍ଗ ମୋୟୋଙ୍ଗ କହିଛନ୍ତି ଯେ ଏହି ଖବରରେ କିଛି ସତ୍ୟତା ନାହିଁ ଏବଂ ଖାଣ୍ଡୁ ସମ୍ପୂର୍ଣ୍ଣ କ୍ଷମତା ଏବଂ ଦାୟିତ୍ୱ ସହିତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବେ।

ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ଇସ୍ତଫା ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ ବିଭ୍ରାନ୍ତିକର। ଏଭଳି ମିଥ୍ୟା ସୂଚନାର ପ୍ରସାରକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ।

ଯଦିଓ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି, କିନ୍ତୁ ଏପରି କୌଣସି ଖବର ନାହିଁ କିମ୍ବା ଦଳ ମଧ୍ୟରେ ଏପରି କୌଣସି ଯୋଜନା ନାହିଁ। ବାସ୍ତବରେ, ସମସ୍ତ ୪୬ ଜଣ ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀ ଖାଣ୍ଡୁଙ୍କ ସହ ଅଛନ୍ତି ଏବଂ ରାଜ୍ୟ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି।

ମୋୟୋଙ୍ଗ କହିଛନ୍ତି ଯେ ଯଦି ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରାୟ ଦିଅନ୍ତି, ତେବେ ଦଳ ଉପଯୁକ୍ତ ନିଷ୍ପତି ନେବ। କିନ୍ତୁ ବର୍ତମାନ ନୁହେଁ, କାରଣ ତଦନ୍ତ ଏବେ ବି ଜାରି ରହିଛି। ସେ କହିଥିଲେ ଯେ ଦିଲ୍ଲୀ ଏବଂ ଅରୁଣାଚଳ ପ୍ରଦେଶ ଭଲ ଭାବେ ସଂଯୁକ୍ତ। ଯଦି ଏପରି ଏକ ଘଟଣା ଘଟିଥାଆନ୍ତା, ତେବେ ଆମେ ନିଶ୍ଚିତ ଭାବରେ ଜାଣିବାକୁ ପାଇଥାଆନ୍ତେ। ଏହି ଗୁଜବରେ କୌଣସି ସତ୍ୟତା ନାହିଁ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande