ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ ୪ ଗିରଫ, ଅନେକଙ୍କୁ ପଚରାଉଚରା
କୋଲକାତା, ୩୧ ମଇ (ହି.ସ.)- ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଅଂଚଳର ଭିଡିଓ ଫୁଟେଜ ଯାଂଚ୍ କରିବା ପରେ ଅଭିଯୁକ୍ତକୁ ଚ
ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ ୪ ଗିରଫ, ଅନେକଙ୍କୁ ପଚରାଉଚରା


କୋଲକାତା, ୩୧ ମଇ (ହି.ସ.)- ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଅଂଚଳର ଭିଡିଓ ଫୁଟେଜ ଯାଂଚ୍ କରିବା ପରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲା ଏବଂ ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନ୍ୟ ତିନି ଜଣଙ୍କୁ ମଧ୍ୟ ହେପାଜତରେ ନେଇ ପଚରାଉଚରା କରାଯାଉଛି ।

ଶନିବାର ଦିନ ଅଭିଷେକ ବାନାର୍ଜୀ ଦକ୍ଷିଣ ୨୪ ପ୍ରଗଣାର ସୋନାରପୁରରେ ପହଂଚି ନିର୍ବାଚନ ପରବର୍ତୀ ହିଂସାରେ ପ୍ରାଣ ହରାଇଥିବା ଜଣେ ତୃଣମୂଳ କାର୍ଯ୍ୟକର୍ତାଙ୍କ ପରିବାରକୁ ଭେଟିଥିଲେ । ଏହି ସମୟରେ ସେ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ । ପ୍ରତିବାଦ ସମୟରେ, ଜୋତା, ଅଣ୍ଡା ଏବଂ ଅନ୍ୟାନ୍ୟ ଜିନିଷ ତାଙ୍କ କାଫିଲା ଉପରକୁ ଫିଙ୍ଗାଯାଇଥିଲା ଏବଂ ଚୋର-ଚୋର’ ସ୍ଲୋଗାନ ଦିଆଯାଇଥିଲା ।

ପରିସ୍ଥିତି ଉତେଜନାପୂର୍ଣ୍ଣ ହେବା ପରେ ଅଭିଷେକ ବାନାର୍ଜୀ ସୁରକ୍ଷା ପାଇଁ ହେଲମେଟ ପିନ୍ଧିଥିଲେ । ଗଣ୍ଡଗୋଳ ସମୟରେ ତାଙ୍କ ସାର୍ଟ ମଧ୍ୟ ଚିରି ଯାଇଥିଲା । ଏହି ଘଟଣା ପରେ ସେ ଅଭିଯୋଗ କରିଥିଲେ ଯେ ଏହି ଆକ୍ରମଣ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ୱାରା ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶବିଶେଷ ଏବଂ ତାଙ୍କ ଗସ୍ତ ବିଷୟରେ ପୂର୍ବ ସୂଚନା ଥିବାରୁ ବିକ୍ଷୋଭ ପାଇଁ ପ୍ରସ୍ତୁତି କରାଯାଇଥିଲା । ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ଚେତାବନୀ ଦେଇଛନ୍ତି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋନାରପୁର ପୋଲିସ ଷ୍ଟେସନ ଏହି ଘଟଣାକୁ ସ୍ୱତଃପ୍ରବୃତ ଭାବରେ ଗ୍ରହଣ କରି ଏକ ମାମଲା ରୁଜୁ କରିଛି । ତଦନ୍ତ ସମୟରେ, ବିଭିନ୍ନ ଭିଡ଼ିଓ ଫୁଟେଜ ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଇଥିଲା, ଯାହା ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ଗିରଫ କରାଯାଇଥିଲା । ସମସ୍ତ ଗିରଫ ଅଭିଯୁକ୍ତମାନଙ୍କୁ ରବିବାର ଦିନ ବାରୁଇପୁର ଡିଭିଜନାଲ କୋର୍ଟରେ ହାଜର କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande