ବ୍ରିକ୍ସ ଅଧ୍ୟକ୍ଷତା ସମୟରେ ଭାରତ ଏମଏସଏମଇ ସହଯୋଗକୁ ବୃଦ୍ଧି କରିବାକୁ ପ୍ରସ୍ତୁତ
ନୂଆଦିଲ୍ଲୀ, ୮ ମଇ (ହିସ)- ଭାରତ ୨୦୨୬ ରେ ବ୍ରିକ୍ସ ଅଧକ୍ଷତା ସମୟରେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କୁ ଏକ ନୂତନ ଦିଗଦର୍ଶନ ଦେବାକୁ ପ୍ରସ୍ତୁତ ହେଉଛି। ଭାରତ ନୂତନ ଶିଳ୍ପ ବିପ୍ଳବରେ ବ୍ରିକ୍ସ ସହଭାଗୀତା ଅଧୀନରେ ଏମଏସଏମଇ ସହଯୋଗ ପାଇଁ ଏକ ନୂତନ ଏଜେଣ୍ଡାର ନେତୃତ୍ୱ ନେଉଛି। ଭାରତର ଅଧକ
ବ୍ରିକ୍ସ ଅଧ୍ୟକ୍ଷତା ସମୟରେ ଭାରତ ଏମଏସଏମଇ ସହଯୋଗକୁ ବୃଦ୍ଧି କରିବାକୁ ପ୍ରସ୍ତୁତ


ନୂଆଦିଲ୍ଲୀ, ୮ ମଇ (ହିସ)- ଭାରତ ୨୦୨୬ ରେ ବ୍ରିକ୍ସ ଅଧକ୍ଷତା ସମୟରେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କୁ ଏକ ନୂତନ ଦିଗଦର୍ଶନ ଦେବାକୁ ପ୍ରସ୍ତୁତ ହେଉଛି। ଭାରତ ନୂତନ ଶିଳ୍ପ ବିପ୍ଳବରେ ବ୍ରିକ୍ସ ସହଭାଗୀତା ଅଧୀନରେ ଏମଏସଏମଇ ସହଯୋଗ ପାଇଁ ଏକ ନୂତନ ଏଜେଣ୍ଡାର ନେତୃତ୍ୱ ନେଉଛି।

ଭାରତର ଅଧକ୍ଷତା ସମୟରେ, ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟକୁ ତିନୋଟି ଏମଏସଏମଇ କାର୍ଯ୍ୟଗୋଷ୍ଠୀ ବୈଠକ ଏବଂ ପ୍ରଥମ ଏସଏମଇ ଫୋରମ୍ ଆୟୋଜନ କରିବାର ଦାୟିତ୍ୱ ଦିଆଯାଇଛି। ପ୍ରଥମ ଏସଏମଇ କାର୍ଯ୍ୟଗୋଷ୍ଠୀ ବୈଠକ ଏପ୍ରିଲ ୨୪ ରେ ଅନଲାଇନରେ ଅନୁଷ୍ଠିତ ହୋଇଥିଲା, ଯାହାର ମୁଖ୍ୟ ବିଷୟବସ୍ତୁ ଥିଲା ଏସଏମଇ ପାଇଁ ଆର୍ôଥକ ସୁବିଧା। ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ଏହି ୱେବିନାରରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଏହି ପ୍ଲାଟଫର୍ମ ଏମଏସଏମଇ ଅର୍ଥଯୋଗାଣ ସମ୍ବନ୍ଧୀୟ ଚ୍ୟାଲେଞ୍ଜ ଏବଂ ସୁଯୋଗ ଉପରେ ଅଭିଜ୍ଞତା ଏବଂ ସର୍ବୋତମ ଅଭ୍ୟାସ ଆଦାନପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ କାର୍ଯ୍ୟ କରିଥିଲା।

ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା ଯେ ଏମଏସଏମଇ ଗୁଡ଼ିକ ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି, ନବସୃଜନ ଏବଂ ଅନ୍ତର୍ଭୁକ୍ତ ବିକାଶର ଏକ ପ୍ରମୁଖ ସ୍ତମ୍ଭ। ସମୟୋପଯୋଗୀ ଏବଂ ପର୍ଯ୍ୟାପ୍ତ ଋଣର ଅଭାବର ନିରନ୍ତର ଚ୍ୟାଲେଞ୍ଜଗୁଡ଼ିକୁ ମଧ୍ୟ ଆଲୋକପାତ କରାଯାଇଥିଲା। ବୈଠକରେ କ୍ରେଡିଟ୍ ବ୍ୟବଧାନ ପୂରଣ କରିବା ପାଇଁ ଏକ ବହୁମୁଖୀ ରଣନୀତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିରେ ଆର୍ôଥକ ଅନ୍ତର୍ଭୁକ୍ତି ବୃଦ୍ଧି କରିବା, ଆର୍ôଥକ ସାକ୍ଷରତାରେ ଉନ୍ନତି ଆଣିବା ଏବଂ ଏମଏସଏମଇ ଗୁଡ଼ିକର ଋଣ କ୍ଷମତାକୁ ସୁଦୃଢ଼ କରିବା ଅନ୍ତର୍ଭୁକ୍ତ।

----------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande