
ନୂଆଦିଲ୍ଲୀ, ୮ ମଇ (ହିସ)- ପ୍ରସିଦ୍ଧ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିଡୀ ଶୁକ୍ରବାର ନୀତି ଆୟୋଗର ଉପାଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲାହିଡୀ ସୁମନ ବେରିଙ୍କ ସ୍ଥାନ ନେଇଛନ୍ତି। ଅର୍ଥନୈତିକ ନୀତି ଏବଂ ସାର୍ବଜନୀନ ଅର୍ଥନୀତିରେ ବ୍ୟାପକ ଅଭିଜ୍ଞତା ସହିତ, ଲାହିଡୀ ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ପଂଚଦଶ ଅର୍ଥ କମିଶନର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ।
ନୀତି ଆୟୋଗ ଲାହିଡୀଙ୍କୁ ଉପାଧ୍ୟକ୍ଷ ଭାବରେ ସ୍ୱାଗତ କରି କହିଛନ୍ତି ଯେ ଶିକ୍ଷା, ସାର୍ବଜନୀନ ପ୍ରତିଷ୍ଠାନ ଏବଂ ଅନ୍ତର୍ଜାତୀୟ ସଂଗଠନରେ ତାଙ୍କର ଅଭିଜ୍ଞତା ପ୍ରମାଣ-ଆଧାରିତ ନୀତି ନିର୍ଦ୍ଧାରଣ ଏବଂ ଅର୍ଥନୈତିକ ପରିବର୍ତନ ଦିଗରେ ନୀତି ଆୟୋଗର ପ୍ରୟାସକୁ ଆହୁରି ମଜବୁତ କରିବ। ଆୟୋଗ ଆଶା କରୁଛି ଯେ ସେ ଭାରତର ବିକାଶ ଏଜେଣ୍ଡାକୁ ଆଗକୁ ବଢାଇବା ଏବଂ ବିଭିନ୍ନ କ୍ଷେତ୍ରରେ ରଣନୈତିକ ନୀତି ପଦକ୍ଷେପକୁ ସମର୍ଥନ କରିବାରେ ଯୋଗଦାନ ଦେବେ।
------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ