ଆତଙ୍କବାଦ ଓ ସୀମାପାର ଅପରାଧ ବିରୋଧରେ ସହଯୋଗ ବୃଦ୍ଧି ପାଇଁ ଭାରତ-ସିଙ୍ଗାପୁର ସହମତ
ନୂଆଦିଲ୍ଲୀ, ୮ ମଇ (ହି.ସ.) : ଭାରତ ଓ ସିଙ୍ଗାପୁର ଆତଙ୍କବାଦ ଏବଂ ସୀମାପାର ଅପରାଧ ବିରୋଧରେ ସହଯୋଗକୁ ଆହୁରି ସୁଦୃଢ କରିବାକୁ ସହମତି ପ୍ରକାଶ କରିଛନ୍ତି। ଉଭୟ ଦେଶ ଆତଙ୍କବାଦର ସମସ୍ତ ରୂପକୁ କଠୋର ଭାବେ ନିନ୍ଦା କରିବା ସହ ଏହା ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତିକୁ ପୁଣି ଥରେ ଦୋହରାଇଛନ୍ତି । ଆ
ଆତଙ୍କବାଦ ଓ ସୀମାପାର ଅପରାଧ ବିରୋଧରେ ସହଯୋଗ ବୃଦ୍ଧି ପାଇଁ ଭାରତ-ସିଙ୍ଗାପୁର ସହମତ


ନୂଆଦିଲ୍ଲୀ, ୮ ମଇ (ହି.ସ.) : ଭାରତ ଓ ସିଙ୍ଗାପୁର ଆତଙ୍କବାଦ ଏବଂ ସୀମାପାର ଅପରାଧ ବିରୋଧରେ ସହଯୋଗକୁ ଆହୁରି ସୁଦୃଢ କରିବାକୁ ସହମତି ପ୍ରକାଶ କରିଛନ୍ତି। ଉଭୟ ଦେଶ ଆତଙ୍କବାଦର ସମସ୍ତ ରୂପକୁ କଠୋର ଭାବେ ନିନ୍ଦା କରିବା ସହ ଏହା ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତିକୁ ପୁଣି ଥରେ ଦୋହରାଇଛନ୍ତି ।

ଆତଙ୍କବାଦ ଏବଂ ସୀମାପାର ଅପରାଧ ମୁକାବିଲା ପାଇଁ ଭାରତ-ସିଙ୍ଗାପୁର ଯୁକ୍ତ କାର୍ଯ୍ୟଦଳ (ଜେଡବ୍ଲ୍ୟୁଜି)ର ପଞ୍ଚମ ବୈଠକ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିଲା। ବୈଠକର ସହ-ଅଧ୍ୟକ୍ଷତା ଭାରତର ବିଦେଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଆତଙ୍କବାଦ ନିରୋଧ) ବିନୋଦ ବାହାଦେ ଏବଂ ସିଙ୍ଗାପୁର ଗୃହ ମନ୍ତ୍ରଣାଳୟର ଉପ ସଚିବ (ନୀତି) ନିଗ୍ୟମ ଶିହ ଚୁନ କରିଥିଲେ।

ବୈଠକ ପରେ ଜାରୀ କରାଯାଇଥିବା ମିଳିତ ପ୍ରେସ ବିଜ୍ଞପ୍ତି ଅନୁସାରେ, ଭାରତ ଓ ସିଙ୍ଗାପୁର ରଣନୈତିକ ଭାଗୀଦାର ଭାବେ ଆତଙ୍କବାଦ ମୁକାବିଲାରେ ଦ୍ୱିପକ୍ଷୀୟ ସହଯୋଗର ଗୁରୁତ୍ୱ ଉପରେ ଜୋର ଦେଇଛନ୍ତି। ବୈଠକରେ ସୀମାପାର ଆତଙ୍କବାଦ ସହିତ ଆତଙ୍କବାଦର ସମସ୍ତ ରୂପ ଓ ପ୍ରକାଶକୁ କଠୋର ଶବ୍ଦରେ ନିନ୍ଦା କରାଯାଇଥିଲା।

ଉଭୟ ଦେଶ ଆତଙ୍କବାଦ ବିରୋଧରେ ‘ଜିରୋ ଟଲରେନ୍ସ’ ନୀତିକୁ ପୁଣି ଥରେ ପ୍ରତିପାଦିତ କରିବା ସହ ସୁରକ୍ଷା, ସୂଚନା ଆଦାନ-ପ୍ରଦାନ ଏବଂ ସୀମାପାର ଅପରାଧ ରୋକିବା ପାଇଁ ପାରସ୍ପରିକ ସହଯୋଗକୁ ଆହୁରି ମଜବୁତ କରିବାରେ ସହମତି ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande