ଆସାମର ତିନୋଟି ଜିଲ୍ଲାରେ ଭୂମିକମ୍ପ ଅନୁଭୂତ, କୋକ୍ରାଝରରେ ସର୍ବାଧିକ ୪.୫ ତୀବ୍ରତା ରେକର୍ଡ
ଗୌହାଟୀ, 9 ମଇ (ହି.ସ.) — ଆସାମର ଧୁବୁରୀ, କୋକ୍ରାଝାର ଓ ବଙ୍ଗାଇଗାଁ ଜିଲ୍ଲାରେ ଶନିବାର ଭିନ୍ନ ଭିନ୍ନ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତି ସମ୍ବନ୍ଧୀୟ ସୂଚନା ମିଳିନାହିଁ। ଭାରତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ,
ଆସାମର ତିନୋଟି ଜିଲ୍ଲାରେ ଭୂମିକମ୍ପ ଅନୁଭୂତ, କୋକ୍ରାଝରରେ ସର୍ବାଧିକ ୪.୫ ତୀବ୍ରତା ରେକର୍ଡ


ଗୌହାଟୀ, 9 ମଇ (ହି.ସ.) — ଆସାମର ଧୁବୁରୀ, କୋକ୍ରାଝାର ଓ ବଙ୍ଗାଇଗାଁ ଜିଲ୍ଲାରେ ଶନିବାର ଭିନ୍ନ ଭିନ୍ନ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତି ସମ୍ବନ୍ଧୀୟ ସୂଚନା ମିଳିନାହିଁ।

ଭାରତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସବୁଠାରୁ ତୀବ୍ର ଭୂମିକମ୍ପ କୋକ୍ରାଝାର ଜିଲ୍ଲାରେ ଦିନ ୨ଟା ୪୦ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ମପାଯାଇଥିଲା।

ଏହାପରେ ଧୁବୁରୀ ଜିଲ୍ଲାରେ ଦିନ ୩ଟା ୧୭ ମିନିଟ୍ ସମୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଠାରେ ରିକ୍ଟର ସ୍କେଲରେ ତୀବ୍ରତା ୩.୬ ରେକର୍ଡ ହୋଇଥିଲା।

ସେହିପରି ବଙ୍ଗାଇଗାଁ ଜିଲ୍ଲାରେ ଦିନ ୧୨ଟା ୦୩ ମିନିଟ୍ ସମୟରେ ହାଲୁକା ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୬ ମାପାଯାଇଥିଲା।

ଭୂମିକମ୍ପ ପରେ କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ଲୋକ ଘର ଓ କାର୍ଯ୍ୟାଳୟରୁ ବାହାରକୁ ଚାଲିଆସିଥିଲେ। ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande