
ନୂଆଦିଲ୍ଲୀ, ୦୮ ମଇ(ହି.ସ.) – ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ଆୱାମୀ ଲିଗ୍ ଅଧ୍ୟକ୍ଷ ଶେଖ୍ ହସିନା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଭାରତୀୟ ଜନତା ପାର୍ଟି(ବିଜେପି) ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ଶେଖ୍ ହସିନା ଶନିବାର କହିଛନ୍ତି ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ଚମତ୍କାର ବିଜୟ ଏବଂ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ସେ ତାଙ୍କ ଏବଂ ବାଂଲାଦେଶର ଲୋକଙ୍କ ତରଫରୁ ଶୁଭେନ୍ଦୁ ଅଧିକାରୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି