ମଇ ୧୦ ଓ ୧୧ ତାରିଖରେ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ସୋମନାଥ ଅମୃତ ମହୋତ୍ସବ ଏବଂ ସର୍ଦ୍ଦାରଧାମ ହଷ୍ଟେଲର ଉଦ୍ଘାଟନ କରିବେ
ନୂଆଦିଲ୍ଲୀ, ୯ ମଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଇ ୧୦ ଓ ୧୧ ତାରିଖରେ ଗୁଜରାଟ ଗସ୍ତ କରିବେ । ଏହି ସମୟରେ ସେ ୧୧ ତାରିଖ ସକାଳେ ସୋମନାଥ ମନ୍ଦିରରେ ସୋମନାଥ ଅମୃତ ମହୋତ୍ସବରେ ଯୋଗଦେବେ । ଯେଉଁଠାରେ ନବୀକରଣ ହୋଇଥିବା ମନ୍ଦିରର ଲୋକାର୍ପଣର ୭୫ତମ ବାର୍ଷିକୀ ପାଳନ କରାଯିବ । ପ୍ରଧାନମନ୍ତ
ମଇ ୧୦ ଓ ୧୧ ତାରିଖରେ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ସୋମନାଥ ଅମୃତ ମହୋତ୍ସବ ଏବଂ ସର୍ଦ୍ଦାରଧାମ ହଷ୍ଟେଲର ଉଦ୍ଘାଟନ କରିବେ


ନୂଆଦିଲ୍ଲୀ, ୯ ମଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଇ ୧୦ ଓ ୧୧ ତାରିଖରେ ଗୁଜରାଟ ଗସ୍ତ କରିବେ । ଏହି ସମୟରେ ସେ ୧୧ ତାରିଖ ସକାଳେ ସୋମନାଥ ମନ୍ଦିରରେ ସୋମନାଥ ଅମୃତ ମହୋତ୍ସବରେ ଯୋଗଦେବେ । ଯେଉଁଠାରେ ନବୀକରଣ ହୋଇଥିବା ମନ୍ଦିରର ଲୋକାର୍ପଣର ୭୫ତମ ବାର୍ଷିକୀ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ମହାପୂଜା, କୁମ୍ଭାଭିଷେକ ଏବଂ ଧ୍ୱଜାରୋହଣ ଭଳି ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିବେ ଏବଂ ଏହି ଅବସରରେ ସ୍ମାରକୀ ଡାକ ଟିକଟ ଏବଂ ମୁଦ୍ରା ମଧ୍ୟ ଉନ୍ମୋଚନ କରିବେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଏହାପରେ ପ୍ରଧାନମନ୍ତ୍ରୀ ମଇ ୧୧ ତାରିଖ ସଂନ୍ଧ୍ୟାରେ ବଡୋଦରା ଗସ୍ତ କରିବେ, ଯେଉଁଠାରେ ସେ ସର୍ଦ୍ଦାରଧାମ ହଷ୍ଟେଲର ଉଦ୍ଘାଟନ କରିବେ । ଏହି ପ୍ରକଳ୍ପରେ ୧୦୦୦ ବାଳକ ଏବଂ ୧୦୦୦ ବାଳିକାଙ୍କ ପାଇଁ ଆବାସିକ ସୁବିଧା ପ୍ରଦାନ କରାଯାଇଛି । ଏହି ଛାତ୍ରାବାସରେ କେନ୍ଦ୍ରୀୟ ଡାଇନିଂ ହଲ୍, ଲାଇବ୍ରେରୀ ଏବଂ ଅଡିଟୋରିୟମ୍ ପରି ଆଧୁନିକ ସୁବିଧା ମଧ୍ୟ ବିକଶିତ କରାଯାଇଛି । ପ୍ରଧାନମନ୍ତ୍ରୀ ମଧ୍ୟ ସର୍ଦ୍ଦାରଧାମ ପରିସରର ବିଭିନ୍ନ ଅଂଶ ପରିଦର୍ଶନ କରିବେ, ଯେଉଁଥିରେ ସ୍ୱାଗତ କ୍ଷେତ୍ର, ନାଗରିକ ସୁବିଧା, ଭୋଜନଶାଳା ଏବଂ ଇ-ଲାଇବ୍ରେରୀ ଅନ୍ତର୍ଭୁକ୍ତ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande