
ଚେନ୍ନାଇ. 09 ମଇ (ହି.ସ.) ଅଭିନେତା-ରାଜନେତା ଯୋସେଫ ବିଜୟଙ୍କ ଟିଭିକେ ଦଳର ସରକାର ଗଠନ ହେବା ନେଇ ଅନିଶ୍ଚିତତା ଜାରୀ ରହିଛି ।
ଚେନ୍ନାଇରେ ଘଟୁଥିବା ଏହି ରାଜନୈତିକ ଘଟଣାକ୍ରମରେ, ବିଜୟ ଗତକାଲି ତୃତୀୟଥର ପାଇଁ ରାଜଭବନରେ ରାଜ୍ୟପାଳଙ୍କ ସହ ମିଳି ସରକାର ଗଠନ ପାଇଁ ଦାବି ପ୍ରସ୍ତୁତ କରିଛନ୍ତି। ସେ ଦାବି କରିଛନ୍ତି ଯେ ତାଙ୍କ ପାଖରେ 116 ବିଧାୟକଙ୍କ ସମର୍ଥନ ରହିଛି। ତଥାପି ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ସମ୍ପର୍କରେ ଅନିଶ୍ଚିତତା ଜାରି ରହିଛି।
ସୂଚନା ଅନୁସାରେ, ତାମିଲନାଡୁ ବିଧାନସଭାର ମୋଟ 234ଟି ଆସନ ମଧ୍ୟରୁ ସରକାର ଗଠନ ପାଇଁ 118 ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏହିପରିସ୍ଥିତିରେ ବିଜୟଙ୍କ ଦଳ ବହୁମତ ପାଇଁ ଆବଶ୍ୟକ ସଂଖ୍ୟାଠାରୁ 2 ଆସନ କମ୍ ଥିବାରୁ ସ୍ଥିତି ଅସ୍ପଷ୍ଟ ରହିଛି।ଏହି କାରଣରୁ ବିଜୟଙ୍କ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ନେଇ ଅନିଶ୍ଚିତତା ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ