
କୋଲକାତା, ୦୯ ମେ (ହି.ସ.)। କୋଲକାତାର ଐତିହାସିକ ବ୍ରିଗେଡ୍ ପରେଡ୍
ଗ୍ରାଉଣ୍ଡରେ ଶନିବାର ପଶ୍ଚିମବଙ୍ଗର ପ୍ରଥମ ଭାରତୀୟ ଜନତା ପାର୍ଟି (ଭାଜପା) ସରକାରର ଶପଥ ଗ୍ରହଣ
ସମାରୋହ ଆୟୋଜିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ସହିତ ଭାଜପା ଶାସିତ
ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ନେତାମାନେ ସମାରୋହରେ ଉପସ୍ଥିତ ଥିଲେ।
ବିଜେପିପା ବିଧାୟକ ଦଳର ନେତା
ଚୟନ ପରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାଙ୍କ ସହିତ
ପାଞ୍ଚଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଥିଲେ। ନୂତନ ବିଜେପି ସରକାରର ପ୍ରଥମ ମନ୍ତ୍ରିପରିଷଦରେ
ଉତ୍ତର ବଙ୍ଗ ଏବଂ ଦକ୍ଷିଣ ବଙ୍ଗ ଉଭୟରୁ ପ୍ରତିନିଧିତ୍ୱ ଦିଆଯାଇଛି। ମନ୍ତ୍ରିମଣ୍ଡଳରେ ଆଦିବାସୀ, ମତୁଆ ଏବଂ ରାଜବଂଶୀ ସମୁଦାୟର ନେତାମାନଙ୍କୁ ମଧ୍ୟ ସ୍ଥାନ ମିଳିଛି।
ଶୁଭେନ୍ଦୁ ଅଧିକାରୀଙ୍କ
ସହିତ ଯେଉଁ ନେତାମାନେ ମନ୍ତ୍ରୀ ପଦର ଶପଥ ନେଲେ ସେମାନଙ୍କ ମଧ୍ୟରେ ଦିଲୀପ ଘୋଷ, ଅଗ୍ନିମିତ୍ରା ପାଲ, ଅଶୋକ କୀର୍ତନିଆ, ନିଶିଥ ପ୍ରମାଣିକ ଏବଂ ଖୁଦିରାମ ଟୁଡୁ ଅଛନ୍ତି। ତେବେ ଏପର୍ଯ୍ୟନ୍ତ
ବିଭାଗ ବଣ୍ଟନ ହୋଇନାହିଁ।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ
ଅଧିକାରୀ ଭବାନୀପୁର ଏବଂ ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଜିତି ବିଧାନସଭାକୁ ପହଞ୍ଚିଛନ୍ତି।
ଦିଲୀପ ଘୋଷ ଖଡଗପୁର ସଦର, ଅଗ୍ନିମିତ୍ରା ପାଲ ଆସନସୋଲ ଦକ୍ଷିଣ, ଅଶୋକ କୀର୍ତନିଆ ବାନଗାଁ ଉତ୍ତର, ଖୁଦିରାମ ଟୁଡୁ ରାଣୀବନ୍ଧ ଏବଂ ନିଶିଥ ପ୍ରମାଣିକ ମାଥାଭାଙ୍ଗା ଆସନରୁ
ଜିତିଛନ୍ତି।
ସମ୍ପୂର୍ଣ୍ଣ ମନ୍ତ୍ରିମଣ୍ଡଳ
ଏପର୍ଯ୍ୟନ୍ତ ଗଠନ ହୋଇନାହିଁ। ଆଶା କରାଯାଉଛି ଯେ ଶୀଘ୍ର ଶୁଭେନ୍ଦୁ ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ
କରିବେ।
ଉଲ୍ଲେଖନୀୟ ଯେ, ୪ ମେରେ ଘୋଷିତ ବିଧାନସଭା ନିର୍ବାଚନ ଫଳାଫଳରେ ଭାଜପା ୨୦୭ଟି ଆସନ
ଜିତି ଐତିହାସିକ ବହୁମତ ହାସଲ କରିଥିଲା। ନିର୍ବାଚନ ଫଳ ଆସିବା ପରେ ଠାରୁ ମୁଖ୍ୟମନ୍ତ୍ରୀ ପଦ
ପାଇଁ ଶୁଭେନ୍ଦୁ ଅଧିକାରୀଙ୍କ ନାମ ସବୁଠାରୁ ଆଗରେ ଥିଲା। ଶୁକ୍ରବାର ଭାଜପା ବିଧାୟକ ଦଳର
ବୈଠକରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ନାମ ଔପଚାରିକ ଭାବେ ଘୋଷଣା କରିଥିଲେ।
ଅମିତ ଶାହ କହିଥିଲେ ଯେ
ବିଧାୟକ ଦଳର ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆସିଥିବା ସମସ୍ତ ପ୍ରସ୍ତାବରେ କେବଳ ଶୁଭେନ୍ଦୁ
ଅଧିକାରୀଙ୍କ ନାମ ଥିଲା ଏବଂ ଅନ୍ୟ କୌଣସି ନାମ ଆସିନଥିଲା। ଏହା ପରେ ସର୍ବସମ୍ମତିରେ ତାଙ୍କୁ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଘୋଷିତ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା