
ଝାରସୁଗୁଡ଼ା, ୨୩ ଜୁନ୍ (ହି.ସ.)- ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡା ଜିଲ୍ଲା ଓକିଲ ସଂଘ ସଭାପତି, ବରିଷ୍ଠ ଓକିଲ, ସମାଜସେବୀ ତ୍ରିନାଥ ଗୁଆଲଙ୍କ ପରଲୋକରେ ଗଭୀର ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି | ଗୁଆଲଙ୍କ ବିୟୋଗ ଝାରସୁଗୁଡ଼ାର ଆଇନଜୀବୀ ମହଲ ସହ ସମଗ୍ର ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି। ଆଇନ ପେଶା ପ୍ରତି ତାଙ୍କର ଅତୁଳନୀୟ ନିଷ୍ଠା, ସତ୍ୟନିଷ୍ଠା ଏବଂ ଦୀର୍ଘଦିନର ନିଷ୍ଠାପୂର୍ଣ୍ଣ ସେବା ସଦା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଛନ୍ତି | ମଙ୍ଗଳବାର ଗୁଆଲଙ୍କ ଅନ୍ତିମ ସଂସ୍କାରରେ ବିଧାୟକ ତ୍ରିପାଠୀ ଉପସ୍ଥିତ ରହି ପରଲୋକଗତ ପୁଣ୍ୟାତ୍ମାଙ୍କ ପ୍ରତି ଆନ୍ତରିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି |
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ