
ଭୁବନେଶ୍ୱର, ୨୪ ଜୁନ୍ (ହି.ସ.)- ଆସନ୍ତାକାଲି (ଗୁରୁବାର)ବିଜେଡିରେ ମିଶିପାରନ୍ତି ସୁଜାତା କାର୍ତିକେୟନ। ବୁଧବାର ଦିନ ନବୀନ ନିବାସରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। ନବୀନ ନିବାସରେ ବସିଥିବା ବୌଠକରେ ଦଳର ବହୁ ପୁରୁଖା ନେତା ସାମିଲ ଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ,ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ବିଜେଡିରେ ସୁଜାତାଙ୍କ ଏଂଟ୍ରି ନେଇ ଆଲୋଚନା ହୋଇଥିବା ଜଣାପଡିଛି। ତେବେ ବିଜେଡି ପକ୍ଷରୁ ଏସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା