
ଜୟପୁର, 24 ଜୁନ୍ (ହି.ସ.) - ଜୟପୁର ସ୍ଥିତ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତୁରନ୍ତ ଧାନ ଉଠାଇବା ଦାବି ରେ ଧାରଣା ଦିଆଯାଇଛି । କୋଟପାଡ ବ୍ଲକ ବୋବେୟା ମଣ୍ଡିରୁ ତୁରନ୍ତ ଧାନ ଉଠାଇବା ଦାବି ରେ ଧାରଣା ଦିଆଯାଇଛି । ମାଁ ମାଉଲି କୃଷକ ସଂଘ ତରଫରୁ ଜିଲା ଯୋଗାଣ ଅଧିକାରୀଙ୍କୁ ଦାବି ପତ୍ର ଦେଇ ଧାରଣା ଦିଆଯାଇଛି । ବୋବେୟା ମଣ୍ଡିରୁ ୩ ହାଜର କ୍ୱିଣ୍ଟାଲ ଧାନ ପଡି ରହିଛି । ଦୀର୍ଘ ୧୫ ଦିନ ହେବ ପଡି ରହିିଥିବା ବେଳେ ଦୁଇ ଦିନ ଭିତରେ ଟୋକେନ ଶେଷ ହୋଇ ଯିବ । ସେ ନେଇ ଚିନ୍ତାରେ ଅଛନ୍ତି ଚାଷୀ। ମିଲର ମାନେ ପ୍ରଥମେ ଘରେ ରଖିଥିବା ଧାନ କୁ ଉଠାଉ ନେଉଛନ୍ତି । ଲ୍ୟାମ୍ପସ କତ୍ତୃପକ୍ଷ ନିରପ ରହୁଥିବା ବେଳେ ୧୫ ଦିନ ହେବ ମଣ୍ଡିରେ ଧାନ ପଡି ରହିଥିବା ବେଳେ ମିଲରଙ୍କ ଦେଖା ମିଳୁ ନାହିଁ । ଚାଷୀ ଲେପଟ ରାଇର ଶୀକାର ନହୋଇ ଚାଷୀଙ୍କ ଧାନ ଯେପରି ଉଚିତ ଦରରେ ବିକ୍ରୟ ହେବ ସେଥି ପ୍ରତି ଗୁରୁତ୍ୱ ଦେବାକୁ କୃଷକ ସଂଘ ସଭାପତି ଜଗଦିଶ ବିଷୋୟୀ ଦାବି ହୋଇଛି । ଦାବି ଗୁରୁତ୍ୱ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ୩ ଦିନ ଭିତରେ ମଣ୍ଡିରୁ ଧାନ ଉଠିବ ବୋଲି ପ୍ରତିଶ୍ରୃତି ଦେବାରୁ ଧାରଣାରୁ ଓହରିଥିଲେ ଚାଷୀ। ଯଦି ୩ ଦିନ ଭିତରେ ଧାନ ଉନଠିଲେ ଆନ୍ଦୋଳନ ଜୋର ସୋର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି