୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳୀ
ବଲାଙ୍ଗିର, 24 ଜୁନ୍ (ହି.ସ.)ଆଜି ବୁଧବାର କୁଶଙ୍ଗ ଗ୍ରାମରେ ସମାଜସେବୀ ସ୍ଵର୍ଗତ ଗୋଲକ ବିହାରୀ ପଟେଲଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୋଗ ଦେଇଥିବାବେଳେ ଗାଁର ଗୌନ୍ତିଆ
୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳୀ


୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳୀ


୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳୀ


ବଲାଙ୍ଗିର, 24 ଜୁନ୍ (ହି.ସ.)ଆଜି ବୁଧବାର କୁଶଙ୍ଗ ଗ୍ରାମରେ ସମାଜସେବୀ ସ୍ଵର୍ଗତ ଗୋଲକ ବିହାରୀ ପଟେଲଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୋଗ ଦେଇଥିବାବେଳେ ଗାଁର ଗୌନ୍ତିଆ ବୁନ୍ଦାବନ ପଟେଲ, ଗୌରଚନ୍ଦ୍ର ପଟେଲ, କୁଶଙ୍ଗ ଯୁକ୍ତଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ଵର ସିଂ ମଞ୍ଚାସୀନ ଥିଲେ । ଅନେକ ବୁଦ୍ଧିଜିବୀ,କୁଶଙ୍ଗ କଲେଜର ଅଧ୍ୟାପକ, ଶିକ୍ଷକ, କଳାପ୍ରେମୀ, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ଵର୍ଗତ ପଟେଲଙ୍କ ସମାଜସେବା ଏବଂ ଅଞ୍ଚଳର ଶିକ୍ଷାକ୍ଷେତ୍ରରେ ଉନ୍ନତି ପାଇଁ ଅବଦାନ ଏବଂ ତାଙ୍କର ପ୍ରତିବଦ୍ଧତା ବିଷୟରେ ସ୍ମତିଚାରଣ କରିଥିଲେ । ପ୍ରକାଶ ଆଉ କି ସ୍ଵର୍ଗତ ପଟେଲଙ୍କ ଉଦ୍ୟମରେ କୁଶଙ୍ଗ ଠାରେ କଲେଜ ପ୍ରତିଷ୍ଠା ହୋଇପାରିଥିଲା । ଉପାନ୍ତ ଗ୍ରାମ ରେଙ୍ଗାଲି ଏବଂ ପାଢ଼େଲ ଗ୍ରାମରେ ମଧ୍ୟ ହାଇସ୍କୁଲ ପ୍ରତିଷ୍ଠା କରିଥିଲେ । ପୋଲିସ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇ ୰ ପଟେଲ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିଜକୁ ସମର୍ପିତ କରିଥିଲେ । କୁଶଙ୍ଗ ରେ ଏକ କଳାକାର ସଂଘ ମଧ୍ୟ ଗଠନ କରିଛନ୍ତି । ଲୋକ କଳାର ପ୍ରଚାର ପ୍ରସାର ପାଇଁ ସେ ନିରନ୍ତର ଉଦ୍ୟମ କରୁଥିଲେ । ତାଙ୍କର ନିସ୍ୱାର୍ଥପର ସେବା ଓ ତ୍ୟାଗ ମନୋଭାବ ପାଇଁ ସବୁଦିନ ଅଞ୍ଚଳବାସୀମାନେ ମନେ ରଖିବେ । ତାଙ୍କର ଅବର୍ତ୍ତମାନରେ କୁଶଙ୍ଗ ଅଞ୍ଚଳର ଅପୂରଣୀୟ କ୍ଷତି ହେଲା ବୋଲି ସମସ୍ତେ ମତବ୍ୟକ୍ତକରିଥିଲେ । ଉକ୍ତ ସଭାକୁ କରୁଣାକର ପଟେଲ ସଂଯୋଜନା କରିଥିଲେ । ଶେଷରେ ଅଧକ୍ଷ ପରମେଶ୍ଵର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଏକାଦଶାହ କାର୍ଯ୍ୟକ୍ରମରେ ବହୁ ଆତ୍ମିୟ ସ୍ଵଜନ, ଗ୍ରାମବାସୀ ତଥା ଅଞ୍ଚଳର ବୁଦ୍ଧିଜିବୀ ହଜାର ହଜାର ସଂଖ୍ୟାରେ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande