
ଜୟପୁର, ୨୪ ଜୁନ୍(ହି.ସ.) – ଆଜି ଜୟପୁର ପଂଚାୟତ ସମିତି ଅନ୍ତର୍ଗତ କୁମୁଳିପୁଟ ଗ୍ରାମ ପଂଚାୟତ ଠାରେ ମୁଖ୍ୟମନ୍ତ୍ରୀ ଜୀବିକା ମିଶନ୍ ଅଧୀନରେ କୃଷକମାନଙ୍କୁ କୃଷି ଯନ୍ତ୍ରପାତି ଓ ସିଂଚନ୍ ମେସିନ୍ ବଂଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ହିତାଧିକାରୀମାନଙ୍କୁ କୃଷି ଉପକରଣ ବଂଟନ କରିଥିଲେ।
କାର୍ଯ୍ୟକ୍ରମରେ ସରକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଂଚାଇବା ଏବଂ ଜନସାଧାରଣଙ୍କ କଲ୍ୟାଣ ପ୍ରତି ଗୁରୁତ୍ୱାରୋପ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି