ତାମିଲନାଡ଼ୁ ଗ୍ୟାସ ଲିକ୍ ଘଟଣା:ସଜନୀ ଜୁଆଙ୍ଗ ମୃତ, ଆଧାର ନମ୍ବର ମ୍ୟାଚ୍ ନହେବାରୁ ଚିହ୍ନଟ ପକ୍ରିୟା ବିଳମ୍ବ
କେନ୍ଦୁଝର, ୨୪ ଜୁନ୍ (ହି.ସ.) ତାମିଲନାଡ଼ୁ ଗ୍ୟାସ ଲିକ୍ ଘଟଣାରେ ଓଡିଶାର ସାତ ଜଣ ଜୁଆଙ୍ଗ ଜନଜାତି ସମ୍ପ୍ରଦାୟର ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପାଂଚ ଜଣ ଶ୍ରମିକଙ୍କ ଶବ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜ ଗାଁ ଗୁଡିକୁ ପଠା ଯାଇଛି। ଆଜି ସକାଳୁ ବାଂଶପାଳ ବ୍ଳକର କୋଡ଼ିପଶା ଗ
Sujani junaga


କେନ୍ଦୁଝର, ୨୪ ଜୁନ୍ (ହି.ସ.) ତାମିଲନାଡ଼ୁ ଗ୍ୟାସ ଲିକ୍ ଘଟଣାରେ ଓଡିଶାର ସାତ ଜଣ ଜୁଆଙ୍ଗ ଜନଜାତି ସମ୍ପ୍ରଦାୟର ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପାଂଚ ଜଣ ଶ୍ରମିକଙ୍କ ଶବ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜ ଗାଁ ଗୁଡିକୁ ପଠା ଯାଇଛି। ଆଜି ସକାଳୁ ବାଂଶପାଳ ବ୍ଳକର କୋଡ଼ିପଶା ଗ୍ରାମର ଫୁଲମଣି ଜୁଆଙ୍ଗ, ତଳ ଚମ୍ପେଇ ଗ୍ରାମର ଚମ୍ପାବତୀ ଜୁଆଙ୍ଗ, ସେହିପରି ତେଲକୋଇ ବ୍ଲକର ଟାଙ୍ଗିରି ଗ୍ରାମର ଗୀତା ଜୁଆଙ୍ଗ, ଶିବାନୀ ଜୁଆଙ୍ଗ ଓ ତାଳପଦା ଗ୍ରାମର ଗୁମାଣି ଜୁଆଙ୍ଗ ଙ୍କ ଶବ ଗାଁ ରେ ପଂହଚିବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା।

କିନ୍ତୁ କୋଡ଼ିପଶା ଗ୍ରାମର ସଜନୀ ଜୁଆଙ୍ଗଙ୍କ ମୃତ୍ୟୁ ଘଟଣା ଏକ ରୋଚକ ମୋଡ ନେଇଥିଲା। ସଜନୀ ନାବାଳିକା ହୋଇଥିବାରୁ ତାକୁ ତାମିଲନାଡ଼ୁ ର ଏକ ସ୍ଥାୟୀ ବାସିନ୍ଦା ଆଧାର କାର୍ଡ ନମ୍ବର ରେ ଉକ୍ତ କମ୍ପାନୀରେ କାର୍ଯ୍ୟ କରୁଥିଲା। ଗ୍ୟାସ୍ ଲିକ୍ ଘଟଣା ପରେ ସଜନୀ ର ଶବ ସହ ଆଧାର କାର୍ଡ ମ୍ୟାଚ୍ ନହେବାରୁ ଚିହ୍ନଟ ପାଇଁ ଅସୁବିଧା ହୋଇଥିଲା। କିନ୍ତୁ ତା ସହ ଯାଇଥିବା ଅନ୍ୟ ଶ୍ରମିକଙ୍କ ଚିହ୍ନଟ ପରେ ଆଜି ତାଙ୍କ ଗାଁ କୁ ଶବ ପଠାଯିବ ବୋଲି ଜଣାପଡିଛି।

ଅନ୍ୟପଟେ ସଜନୀ ଘରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବା ବେଳେ ତାର ମୃତ୍ୟୁ ନେଇ ତାର ବିଧବା ମାଆ ଭାଙ୍ଗି ପଡ଼ିଛି। େଏ୍ୱ ଘର କିପରି ଚଳିବ ନେଇ ଚିନ୍ତାରେ ତାକୁ ପକାଇଛି। ଗାଁ ଲୋକେ ମଧ୍ୟ ତାର ପରିବାରକୁ ସରକାରୀ ସାହଯ୍ୟ ନେଇ ନିବେଦନ କରିଛନ୍ତି।

--------------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande